Masthead

ସରକାରୀ ନିୟମକୁ ଅଧ୍ୟାପକଙ୍କ ଫୁ

କୃଷ୍ଣପ୍ରସାଦ, (ବଡ଼ ଖବର ବ୍ୟୁରୋ): ସରକାରୀ ନିୟମକୁ ଫୁ । ନିୟମ ମାନୁ ନହାନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କନ୍ଦାଖାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା । କରୋନା ମହାମରୀ ସମୟରେ ପିଲାଙ୍କୁ ଅନଲାଇନ ଶିକ୍ଷା ଦେବା ପାଇଁ ୨୦୨୦ ଜୁନ ୨୬ ତାରିଖରେ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଚିଠି କରିଥିଲେ ସରକାର । କିନ୍ତୁ କନ୍ଦାଖାଇ କଲେଜରେ ଏପର୍ଯ୍ୟନ୍ତ ଦିନଟିଏ ମଧ୍ୟ ଅନଲାଇନ କ୍ଲାସ ହୋଇନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଖାଲି ସେତିକି ନୁହେଁ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ହେଡକ୍ୱାଟର ନଛାଡ଼ିବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ସୁଦ୍ଧା ଏହାକୁ ଫୁ କରି ଉଡ଼ାଇ ଦେଇଛନ୍ତି କନ୍ଦାଖାଇ କଲେଜର ଅଧ୍ୟାପକ । ଦୁଇ ତିନି ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତେ ପାଳି କରି କଲେଜ ଆସୁଥିବା ମଧ୍ୟ ଅଭିଯୋଗ ହୋଇଛି । ଅଧ୍ୟାପକ, ଅଧ୍ୟାପିକାମାନଙ୍କର ଏଭଳି ମନମାନି ପାଇଁ ଏବେ କଲେଜର ୨୨୪ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ । ତୁରନ୍ତ ଅଧ୍ୟାପକମାନେ ନିୟମିତ କଲେଜ ଆସିବା ସହ ଅନଲାଇନ କ୍ଲାସ ଆରମ୍ଭ କରିବା ପାଇଁ ଦବି କରିଛନ୍ତି ଅଭିଭାବକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ