Masthead

ପାକ ନିଷେଧରେ ବହାରକୁ ବାହାରି ବିରିୟାନି ଖାଇବେ କି ହେତୁବାଦ? ସାଧାରଣରେ ବଢୁଛି ପ୍ରଶ୍ନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଚନ୍ଦ୍ର ଗ୍ରହଣ । ଚନ୍ଦ୍ରଗ୍ରହଣ ଆସିଲେ ବିଶ୍ୱାସ ଓ ବିଜ୍ଞାନ ଲଢେଇ ଦେଖିବାକୁ ମିଳେ । କିଏ କିଏ ଏହାକୁ ହେତୁବାଦୀ ଓ କେତୁବାଦୀ ଲଢେଇ ମଧ୍ୟ ଗଲା କିଛି ବର୍ଷ ବୋଲି କହୁଛନ୍ତି । ଯେବେ ଚନ୍ଦ୍ର ଗ୍ରହଣ ଆସେ କିଛି ହେତୁବାଦୀ ସାର୍ବଜନୀନ ଭାବେ ବିରୀୟାନି ଖାଇବାର ଦୃଶ୍ୟ ବହୁତ ଚର୍ଚ୍ଚିତ ହୋଇଥିଲା । ଯେହେତୁ ବିଶ୍ୱାସ ଅଛି ଗ୍ରହଣ ସମୟରେ ପାକ ନିଷେଧ ହୁଏ ତେବେ ହେତୁବାଦୀମାନେ ସେ ସମୟରେ ଏଭଳି ବିଶ୍ୱାସକୁ ବିରୋଧ କରି ବା ଏହା ଏକ ଭୁଲ ବିଶ୍ୱାସ ବୋଲି ଦେଖିଇବାକୁ ଯାଇ ସର୍ବସାଧାରଣରେ ଆମିଷ ବିରିୟାନି ଖାଇବା ଘଟଣା ଖୁବ୍ ଚର୍ଚ୍ଚିତ ହୋଇଥିଲା ।

ଆଜି ପୁଣି ଚନ୍ଦ୍ର ଗ୍ରହଣ ଆସିଛି । ହେତୁବାଦୀମାନେ ଏ ବିରିୟାନି ଖାଇବାର ଦୃଶ୍ୟ ସାମ୍ନାକୁ ଆସିବ କି ? ଏହି ଚର୍ଚ୍ଚା ଏବେ ସମସ୍ତଙ୍କ ମନରେ ଅଛି । ଅବଶ୍ୟ ଏଥର ଗ୍ରହଣ ପାକ ନିଷେଧ ଅପରାହ୍ନ ୪.୫୫ ପରକୁ ଅଛି । ତେଣୁ ମଧ୍ୟାନ୍ନ ଭୋଜନକୁ ନେଇ କାହାର କିଛି ଅସୁବିଧା ହେବ ନାହିଁ । ପାକ ନିଷେଧ ହେବ ୪.୫୫ ପରେ । ଆଉ ସର୍ବମୋକ୍ଷ ୨ଟା ୨୩ରେ । ତେଣୁ ସଂନ୍ଧ୍ୟା ରାତି ସମୟରେ ପାକ ନିଷେଧ ବା ହାଣ୍ଡି ଛାଡ଼ ପାଇଁ ଜ୍ୟୋତିଷ ଆଚାର୍ଯ୍ୟମାନେ କହିଛନ୍ତି ।

ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ସଂନ୍ଧ୍ୟା କିମ୍ବା ରାତି ସମୟରେ ହେତୁବାଦୀମାନେ ବିରିୟାନି ଖାଇବାର କାର୍ଯ୍ୟକ୍ରମ ଆରମ୍ଭ କରିବେ କି? ଅବଶ୍ୟ ଏପର୍ଯ୍ୟନ୍ତ ବିରିୟାନି କାର୍ଯ୍ୟକ୍ରମକୁ ନେଇ କୌଣସି ହେତୁବାଦୀମାନଙ୍କ ତରଫରୁ କିଛି ସୂଚନା ଏଯାଏଁ ଆସି ନାହିଁ । ତେବେ ଗତଥର ଯେଉଁଭଳି ଭାବରେ ଗଣ୍ଡଗୋଳ ହେଲା ବିରିୟାନି ପାର୍ଟିରେସେ ଘଟଣାକୁ ଆଖି ଆଗରେ ରଖି ଶୁଣିବାକୁ ମିଳୁଛଇ ଏଥର ପାକ ନିଷେଧ ସମୟରେ ସାର୍ବଜନୀନ ବିରିୟାନି ଖିଆ କାର୍ଯ୍ୟକ୍ରମ ବନ୍ଦ ରହିବ । ଯାହାର ଖାଇବାର ଅଛି ସେ ତାର ଘରେ ଖାଇବ । ଯାହାର ବିଶ୍ୱାସ କରି ମାନିବାର ଅଛି ସେ ତାର ମାନିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା