Before Header

ବ୍ରାହ୍ମଣୀ ନଦୀ ସେତୁରୁ ଡେଇଁ ଯୁବକ ନିଖୋଜ

0 43

ବରୀ(ବଡ଼ ଖବର ବ୍ୟୁରୋ): ବ୍ରାହ୍ମଣୀ ସେତୁ ଉପରୁ ଡେଇଁ ଯୁବକ ନିଖୋଜ । ବରୀ ଥାନା ଅଧୀନସ୍ଥ ତିନି ମୁହାଣ ବ୍ରାହ୍ମଣୀ ସେତୁ ଉପରୁ ଏକ ଯୁବକ ଡେଇଁ ପଡି ନିଖୋଜ ଥିବାର ଦୃଶ୍ୟ ଦେଖି ପ୍ରକାଶ କରିଛନ୍ତି ନଦୀ କୁଳରେ ବାସ କରୁଥିବା ବ୍ୟକ୍ତି। ନିଖୋଜ ଯୁବକ ଜଣଙ୍କ ବ୍ରହ୍ମବରଦା ଥାନା ଅଧୀନ ନୀଳକଣ୍ଠ ପୂର ଗ୍ରାମର ପଦ୍ମନାଭ ଦାସଙ୍କ ପୁଅ ମୁନା ଦାସ ୨୧ ବର୍ଷ।

ମୁନା ବରୀ ବ୍ଲକ ଧାରପୂର୍ ପଞ୍ଚାୟତରେ ମାମୁଁ ଘରେ ରହି ଆସୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ବରୀ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଦୀରେ ବହୁ ଖୋଜା ଖୋଜି ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧାନ ମିଳୁନଥିବା ସୂଚନା ମିଳିଛି।

Leave A Reply

Your email address will not be published.