Before Header

ଏଲଏସି: ପୁଣି ଭାରତ-ଚୀନ ସେନା ମୁହାଁମୁହିଁ ,୨୦ ଚୀନ୍ ସୈନ୍ୟ ଆହତ

0 28

ନୂଆଦିଲ୍ଲୀ (ବଡ଼ ଖବର): ଲଦାଖ ଏଲଏସିରେ ପୁଣି ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । ଉଭୟ ଦେଶର ପ୍ରତିନିଧି ଏଲଏସିରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରୁଥିବାବେଳେ କିଛି ଚୀନ ସୈନ୍ୟ ସିକ୍କିମରେ ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଥିଲେ । ଏଥିରେ ୪ ଭାରତୀୟ ଯବାନ ଓ ଚୀନର ୨୦ ସୈନ୍ୟ ଆହତ ହୋଇଛନ୍ତି । ରବିବାର ଦୀର୍ଘ ୧୫ ଘଣ୍ଟା ଧରି ଭାରତ ଓ ଚୀନ ମଧ୍ୟରେ ନବମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ଚାଲିଥିଲା । ଏହି ବୈଠକ ପୂର୍ବ ଲଦାଖରେ ଚୀନର ମୋଲ୍ଡୋରେ ଆୟୋଜିତ ହୋଇଥିଲା ।

ଭାରତ ବୈଠକରେ କହିଥିଲା ଉଭୟ ଦେଶ ଉତ୍ତେଜନା ହ୍ରାସ ପାଇଁ ପ୍ରୟାସ କରିବା ଦରକାର । ଏକତରଫା ଭାବେ କୌଣସି ନିଷ୍ପତ୍ତି ଗ୍ରହଣୀୟ ନୁହେଁ । ଏପ୍ରିଲ ୨୦୨୦ ପୂର୍ବରୁ ଏଲଏସିରେ ଥିବା ସ୍ଥିତି ଫେରି ଆସୁ ବୋଲି ଭାରତ ଜୋର ଦେଇଛି । ଗତବର୍ଷ ମେ ୫ ତାରିଖରୁ ଉଭୟ ଦେଶର ସୈନିକ ମୁହାଁମୁହିଁ ସ୍ଥିତିରେ ରହିଥିଲେ । ଲଦାଖରେ ମୁହାଁମୁହିୃ ପରେ ବି ଏବେ ସୁଦ୍ଧା କୌଣସି ସମାଧାନ ବାହାରିନାହିଁ । ଦୁଇ ଦେଶ ମଧ୍ୟରେ ମିଳିତ ଭାବେ ଏନେଇ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ବୈଠକରେ ଭାରତ ପ୍ରସ୍ତାବ ରଖିଛି । ଲଦାଖରେ ୫୦ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି । ଯବାନମାନେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।

Leave A Reply

Your email address will not be published.