Masthead

ପିଛା ଛାଡୁନି ଅପପୁଷ୍ଟି, ପୁଅ ପରେ ଏବେ ବିଛଣା ଧରିଛି ୩ ବର୍ଷର ଝିଅ

ସୁକିନ୍ଦା(ବଡ଼ ଖବର ବ୍ୟୁରୋ): ଶିଳ୍ପ ଅଞ୍ଚଳରେ ଦାରିଦ୍ର୍ୟର କଷଣ । ନଗଡ଼ାକୁ ବି ବଳିଯିବ କଳିଙ୍ଗନଗର । ପିଛା ଛାଡୁନି ଅପପୁଷ୍ଟି । ଅକାଳରେ ଝରି ଯାଉଛି ଜୀବନ । ୫ ମାସ ପୂର୍ବରୁ ପୁଅ ଚାଲିଯାଇଥିଲା ଆଉ ଏବେ ବିଛଣା ଧରିଛି ୩ ବର୍ଷର ଝିଅ । ବଦଳୁନି ଶିଳ୍ପ ଓ ଖଣି ଅଞ୍ଚଳର ଦାରିଦ୍ର୍ୟର ବିକଳ ଚିତ୍ର । ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ତଳୀର କଳିଙ୍ଗନଗରରେ ଅପପୁଷ୍ଟି ପାଇଁ ଯାଉଛି ଶୈଶବଙ୍କ ଜୀବନ । ଅପପୁଷ୍ଟି ଜନିତ ଶିଶୁ ମଡ଼କ ପାଇଁ ୨୦୧୬ ମସିହାରେ ଜାତୀୟ ସ୍ତରରେ ଅପଖ୍ୟାତି ଅର୍ଜିଥିବା ସୁକିନ୍ଦା ବ୍ଲକ୍‌ର ନଗଡ଼ା ସ୍ଥିତିକୁ ବି ବଳିଯିବାକୁ ବସିଛି କଳିଙ୍ଗନଗର । ଦାନଗଦି ବ୍ଲକ୍ ରଣାଗୁଣ୍ଡି ପଞ୍ଚାୟତ ରଗଡ଼ା ଘାଟିସାହି ଗ୍ରାମର ବାଙ୍କୁ ହେମ୍ବ୍ରମ ଓ ତୁଳସୀ ହେମ୍ବ୍ରମଙ୍କ ପରିବାରରେ ଅପପୁଷ୍ଟି ରୋଗ ପିଛା ଛାଡ଼ୁନି । ଏହି ଅଂଚଳରେ କଳକାରଖାନା ପାଇଁ ଏଠାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ପାଖ ଗାଁ ଗୁଡ଼ିକରେ ରୋଗ ଯନ୍ତ୍ରଣାରେ କଲବଲ ହେଉଥିବା ମଣିଷଙ୍କ କଥା ବୁଝିବାକୁ କେହି ନାହାନ୍ତି ।

ବାଙ୍କୁଙ୍କ ପୁଅ ଅର୍ଜୁନଙ୍କ ୫ମାସ ତଳେ ମୃତ୍ୟୁ ହୋଇଥିଲା। ଏବେ ସେମାନଙ୍କ ୩ବର୍ଷର ଝିଅ କୁନି ହେମ୍ବ୍ରମ୍‌ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏଥିସହିତ ଝିଅ ଶାନ୍ତି ଏବଂ ପୁଅ ରାଇସିଙ୍ଗା ମଧ୍ୟ ଅପପୁଷ୍ଟିରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡିଥିବା ବେଳେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟକ୍ରମ ‌ବିଫଳ ହୋଇଛି। ଏବେ ୮ ଜଣ ପିଲାଙ୍କୁ ନେଇ ଏହି ପରିବାର ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ସବୁଠୁ ଆଶ୍ଚର୍ୟ୍ୟର ବିଷୟ ହେଉଛି, ବାଙ୍କୁ ଓ ତୁଳସୀଙ୍କ ନିକଟରେ ରାସନକାର୍ଡ ମଧ୍ୟ ନାହିଁ। ଅନ୍ୟାନ୍ୟ ଯୋଜନାରେ ସାମିଲହେବା ଦୂରର କଥା। ପିଲାମାନଙ୍କ ଜନ୍ମ ପ୍ରମାଣପତ୍ର, ଆଧାରକାର୍ଡ ହୋଇନଥିବା ବେଳେ ସ୍କୁଲରେ ନାମ ଲେଖାଇଥିଲେ କେହି ବିଦ୍ୟାଳୟକୁ ଯାଉ ନଥିବା ଜଣାପଡ଼ିଛି। ଏହି ଗରିବ ଆଦିବାସୀ ପରିବାର ପାଇଁ ସବୁ ଯୋଜନା ସାତ ସପନ। ଏହି ପରିବାର ଉପରେ ଆଶା, ଅଙ୍ଗନୱାଡି,ଏଏନ୍‌ଏମଙ୍କ ଦୃଷ୍ଟି ପଡ଼ିପାରି ନଥିବା ବେଳେ ରାଷ୍ଟ୍ରୀୟ ବାଲ୍‌ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ଓ ସରକାରୀ ପୋଷଣ ଯୋଜନା ଅପହଞ୍ଚ ହୋଇରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ