Masthead

୧୧ ଘଣ୍ଟାର ଜେରା ପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ

(ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା। ପ୍ରାୟ ୧୧ ଘଣ୍ଟାରୁ ଅଧିକ ସମୟ ଧରି ଏସଆଇଟିର ମାରାଥନ ଜେରା ପରେ ଶନିବାର ରାତିରେ ଆଶିଷଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତେବେ ଜେରା ସମୟରେ ସଠିକ୍ ଜବାବ୍ ନମିଳିବା କାରଣରୁ ତାଙ୍କୁ ଗିରଫ କରାଯାଇଛି  । ଆଶିଷଙ୍କ ବିରୋଧରେ ହତ୍ୟା, ଦୁର୍ଘଟଣା ଜନିତ ମୃତ୍ୟୁ, ଅପରାଧୀକ ଷଡ଼ଯନ୍ତ୍ର, ବେପରୁଆ ଗାଡ଼ି ଚାଳନା ଅପରାଧରେ ଗିରଫ କରାଯାଇଥିବା ଜଣାପଡ଼ିଛି। ୧୧ ଘଣ୍ଟାର ଜେରା ମଧ୍ୟରେ ଆଶିଷଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା ।

ରବିବାର ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ଆଶିଷ ମିଶ୍ରାଙ୍କୁ ଶନିବାର ସକାଳ ୧୧ଟାରେ ପଚରାଉଚୁରା ପାଇଁ କ୍ରାଇମବ୍ରାଞ୍ଚ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ହେଲେ ଧାର୍ଯ୍ୟ ସମୟ ଆଗରୁ ଆସି ଆଶିଷ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଲଗାତାର ଜେରା କରାଯାଇଥିଲା ଏବଂ ଶେଷରେ ତାଙ୍କୁ ଗିରଫ ମଧ୍ୟ  କରାଯାଇଛି ।

ଘଟଣାର ୬ ଦିନ ପରେ ସେ ପହଞ୍ଚିଥିଲେ କ୍ରାଇମବ୍ରାଞ୍ଚ ଅଫିସ୍ । ଦିନ ୧୧ଟା ସୁଦ୍ଧା କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିବାକୁ ତାଙ୍କୁ ସମନ କରାଯାଇଥିଲା । ତେବେ ଡେଡଲାଇନର ୨୨ ମିନିଟ୍ ପୂର୍ବରୁ ହାଜର ହୋଇଥିଲେ ଆଶିଷ ମିଶ୍ର । ଏହାପରେ କ୍ରାଇମବ୍ରାଞ୍ଚ ଅଫିସରେ ମନ୍ତ୍ରୀଙ୍କ ପୁଅକୁ ଆରମ୍ଭ ହୋଇଥିଲା ପଚରାଉଚରା । ଅକ୍ଟୋବର ୩ ତାରିଖ ଅର୍ଥାତ୍ ଘଟଣା ଦିନ ୨ଟା ୩୬ରୁ ୩ଟା ୩୦ ମଧ୍ୟରେ ସେ କେଉଁଠି ଥିଲେ ବୋଲି ପ୍ରଶ୍ନ କରାଯାଇଥିଲା । ହେଲେ ସେ କୌଣସି ଉତ୍ତର ଦେଇନଥିବା କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ