Masthead

କିଛି ନେତାଙ୍କ ବିଧାନସଭାର ଶେଷ ଫଟୋ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଗତ ୫ରୁ ଆରମ୍ଭ ହୋଇଥିଲା ଏହି ଅଧିବେଶନ । ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ହୋଇଥିଲା କାମଚଳା ବଜେଟ ଆଗତ । ବିଧାନସଭାର ଶେଷ ଦିନରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ । ଗୋଟିଏ ଫ୍ରେମରେ ଏକାଠି ହୋଇଥିଲେ ଶାସକ ବିରୋଧୀ । କିଛି ବିଧାୟକ ହୋଇଥିଲେ ଭାବବିହ୍ୱଳ ।

ଆଖିରେ ଆସିଥିଲା ଲୁହ । ଶେଷରେ ହୋଇଥିଲା ଫଟୋ ସେସନ । କିଛି ଚେହେରା ଏଥିରେ ମିସ ଅଛି । ଯେମିତି କିଛି ବିରୋଧୀ ଦଳ ନେତା ଏଥିରେ ନାହାନ୍ତି । ମୁଖ୍ୟମନ୍ତ୍ରୀ ବସିଛନ୍ତି ବାଚସ୍ପତି ମଧ୍ୟ ବସିଛନ୍ତି । ଉପବାଚସ୍ପତି ମଧ୍ୟ ବସିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ଓ ମନ୍ତ୍ରୀମାନେ ବସିଛନ୍ତି । ଇଏ ହେଉଛି ବିଧାନସଭାର ଗଲା ପାଞ୍ଚ ବର୍ଷରେ ଯେଉଁମାନେ ପ୍ରତି ଅଧିବେଶନରେ ଆସୁଥିଲେ ଏଇ ଥର ସରିଲା । ଯଦି ଜିତିଲେ ଆର ଥର ପୁଣି ଆସିବେ ।

ଯଦି ନ ଜିତିବେ ସିଏ ଆଉ ଆସିବେନି । ଏମାନଙ୍କ ମଧ୍ୟରୁ କିଛି ନଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯେମିତି କି ନରସିଂହ ମିଶ୍ର ଆଉ ସୁର ରାଉତରାୟ । ନରସିଂହ ମିଶ୍ର କାନ୍ଦ କାନ୍ଦ ହୋଇଗଲେ । କହିଲେ ୧୯୯୦ରେ ପ୍ରଥମ ଥର ଆସିଥିଲି । ଏବେ ଆଉ ଆସିବିନି । ଗଲା ଦଶନ୍ଧି ଧରି ବିଧାନସଭା ଉପରେ ନରସିଂହଙ୍କ ବଡ଼ ପ୍ରଭାବ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ