ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଁ ନମଃ ଶିବାୟ ଧ୍ୱନୀରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଭକ୍ତିମୟ ହୋଇପଡିଥିଲା ଲିଙ୍ଗରାଜ ମନ୍ଦିର ପରିବେଶ । ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ୩ ଘଂଟା ବିଳମ୍ବରେ ଉଠିଛି ମହାଦୀପ । ରାତି ଗୋଟାଏରେ ଉଠିଥିଲା ମହାଦୀପ । ରାତି ୩ ଟା ପର୍ୟ୍ୟନ୍ତ ଏକାମ୍ର କ୍ଷେତ୍ରରେ ଜନସମାଗମ ଦେଖିବାକୁ ମିଳିଥିଲା । ତେବେ ଏହାରି ଭିତରେ ଶେଷ ହୋଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ଓ ଜାଗରଯାତ୍ରା । ମହାଦୀପ ଉଠିବା ସମୟରେ ସମ୍ପୂର୍ଣ୍ଣ ଲିଙ୍ଗରାଜ ମିନ୍ଦର ପରିସର ଭକ୍ତିମୟ ହୋଇପଡିଥିଲା । ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଥିଲା । କିନ୍ତୁ ନୀତିରେ ବିଳମ୍ବ ହେବା ଯୋଗୁଁ ମହାଦୀପ ଉଠିବାକୁ ୩ ଘଣ୍ଟା ବିଳମ୍ବ ହୋଇଥିଲା ।