Masthead

ଆକ୍ସିଡେଣ୍ଟାଲ ଡେଥ ନୁହେଁ ନବ ଦାସଙ୍କ ମୃତ୍ୟୁ : ନରସିଂହ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଆଇନର ଶାସନ ନୁହେଁ ଜଙ୍ଗଲି ଶାସନ ଚାଲିଛି। ନବ ଦାସ ହତ୍ୟାକାଣ୍ଡରେ ତଦନ୍ତକାରୀ ସଂସ୍ଥା ଉପରେ ଲୋକଙ୍କ ସନ୍ଧେହ ବଢୁଛି। ତଦନ୍ତ କାରୀ ସଂସ୍ଥା ପ୍ରେସମିଟ ଜରିଆରେ ଲୋକଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦେବା ଦରକାର । ନବ ଦାସଙ୍କ ହତ୍ୟାକାଣ୍ଡ ହଠାତ ହୋଇନି । ଆକ୍ସିଡେଣ୍ଟାଲ ଡେଥ ନୁହେଁ । ଏହା ବହୁ ଦିନର ଷଡ଼ଯନ୍ତ୍ର । ତାଙ୍କର ମୃତ୍ୟୁ ଘଟଣା ସ୍ଥଳରେ ହିଁ ହୋଇଛି । ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ପୋଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁ ନଥିବା ନେଇ ନରସିଂହଙ୍କ ପ୍ରତିକ୍ରିୟା ଓଡିଶାରେ ଡିଜି ନଥିବା ଭଳି ମନେ ହେଉଛି । ଡିଜି କିଛି କରୁ ନାହାନ୍ତି । ସରକାର କହିଁକି ତାଙ୍କୁ ନିଯୁକ୍ତି ଦେଇଛନ୍ତି ବିଦା କରନ୍ତୁ ବୋଲି ନରସିଂହ ମିଶ୍ର କହିଛନ୍ତି ।

ସେପଟେ ଗୋବିନ୍ଦ ହତ୍ୟା କି ଆତ୍ମହତ୍ୟା କରିଛି ଏଯାଏଁ ପୋଲିସ ସ୍ପଷ୍ଟ କରିନି । ଏଥିରୁ ଜଣା ପଡୁଛି କ୍ରାଇମବ୍ରାଞ୍ଚର ପାରିବା ପଣିଆ । ଚାଷୀଙ୍କ ପ୍ରସଙ୍ଗ ବି ବିଧାନସଭାରେ ଉଠିବ। ଧାନ ଉଠୁନି ଚାଷୀ ହତାଶ । ହଜାର ହଜାର କୋଟିର ଦୁର୍ନୀତି ହେଉଛି । ବେକାରୀ ସମସ୍ୟା ବି ଉଠାଇବ କଂଗ୍ରେସ । ଭିସି ମୋଡ଼କୁ ବିଜେପିର ବିରୋଧ ନେଇ ନରସିଂହଙ୍କ ପ୍ରତିକ୍ରିୟା ଅସୁସ୍ଥତା କାରଣରୁ ଭିସି ଜରିଆରେ ଗୃହ କାର୍ୟ୍ୟରେ କେହି ଭାଗ ନେଲେ କୌଣସି ଅସୁବିଧା ନାହିଁ। ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଏହି ବ୍ୟବସ୍ଥା ହେଲାଣି ବିଧାନସଭାରେ ହେଲେ କିଛି ଅସୁବିଧା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି