Masthead

ଭୂପିନ୍ଦରଙ୍କ ପାଣ୍ଡିଆନ ପ୍ରୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଦଳକୁ ହରାଇଲେ, ନେତାଙ୍କୁ ବୁଡ଼ାଇଲେ । ବିଜେଡିରେ କିନ୍ତୁ କମିନି ପତିଆରା ।  ପାଣ୍ଡିଆନଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି ନେତା। ଶଙ୍ଖ ଦଳରେ ଏବେ ବି ରହିଛି ଭୈରବଙ୍କ ପତିଆରା । ଟିକେଟ କାଟି ଲୋକପ୍ରତିନିଧି ବନିବାରୁ ବଞ୍ଚିତ ରଖିଥିବା ବ୍ୟକ୍ତିଙ୍କ ପାଇଁ ଏତେ ଦରଦ ନେତାଙ୍କ ଭିତରେ ଆସୁଛି କେମିତି । ବିଜେଡି ଶିବିରରେ ପାଣ୍ଡିଆନ ବିରୋଧୀଙ୍କ ଭିତରେ ଆଲୋଚନାର ବିଷୟ ପାଲଟିଛି ।

କଂଗ୍ରେସରୁ ଯାଇ ବିଜେଡିର ଆଗ ଧାଡ଼ିର ନେତା ବନିଥିବା ଭୂପିନ୍ଦର ସିଂଙ୍କ ବୟାନ ଅଣଓଡ଼ିଆଙ୍କ ପାଇଁ ଥିବା ପ୍ରୀତି ଏବେ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପାଣ୍ଡିଆନକୁ ନେଇ ପଲିଟିକ୍ସରେ ଲାଗିରହିଥିବା ଆଲୋଚନା ଆଉ ଏକ ଦିଗକୁ ନେଇଛି । ପାଣ୍ଡିଆନଙ୍କୁ ନେଇ ଦୁଇଟି ପ୍ରସଙ୍ଗରେ ରଖିଛନ୍ତି ମତ । ଭୂପିନ୍ଦର କହିଛନ୍ତି ସନ୍ୟାସୀ ନେଲେ ବୋଲି କଣ ତାଙ୍କୁ ଯିଏ ଯାହା କହିବେ ତାର ସେ ଉତ୍ତର ଦେବେ ନାହିଁ? ଖାଲି ସେତିକି ନୁହେଁ ପାଣ୍ଡିଆନ ସୁପର ସିଏମ କି ନାହିଁ ତାକୁ ନେଇ ବି ନିଜର ମୁହଁ ଖୋଲିଛନ୍ତି ଭୂପିନ୍ଦର । କହିଛନ୍ତି ତାହା କିଏ କଣ ପାଇଁ କହିଛି । ବିଜେଡି ହାରିବା ପଛରେ ନିଜର ଭୂମିକା ରହିଥିବା କଥା କହି ରାଜନୀତିରୁ ସନ୍ୟାସୀ ନେଇ ରୁଦ୍ଦ୍ୱକୁ ଚାଲିଯାଇଥିଲେ ବାବୁ ପାଣ୍ଡିଆନ ।

ପାଖାପାଖି ୬ମାସରୁ ଅଧିକ ସମୟ ତାଙ୍କର ନଥିଲା ଖୋଜ ଖବର । କିନ୍ତୁ ଅସନ୍ତୋଷ ଗୋଷ୍ଠି ମେଳିବାନ୍ଧିବା ଦେଖି ଚିନ୍ତାରେ ପଡିଛନ୍ତି ଭୈରବ । ସେଥିରୁ କୁଆଡେ ବଞ୍ଚିବା ଓ ରାଜନୀତିର ଅଭିଳାଷ ପୂରଣ ପାଇଁ ପୁଣି ପଦାକୁ ଗୋଡ କାଢିଛନ୍ତି ଅଣ ଓଡ଼ିଆ । ସେଥିପାଇଁ ନିଜର ଦଳରେ ରହିଥିବା ସ୍ଲିପର ସେଲଙ୍କୁ ଆକ୍ଟିଭ କରିଦେଲେଣି କି? ଯାହାକୁ ନେଇ ଦଳରେ ଭରି ରହିଥିବା ପାଣ୍ଡିଆନ ହଟାଅ ଗୋଷ୍ଟୀ କୁଆଡେ ରାଗିପାଚି ନିଆଁ । ସମୟ ଏବଂ ସୁଯୋଗର ଛକିବସିଥିବା ଚାରିଆଡେ ଚର୍ଚ୍ଚା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା