Masthead

ସରକାରୀ ଜମିରେ ବିଧାୟକଙ୍କ ୨ମହଲା କୋଠା

ଦାରିଙ୍ଗବାଡି(ବଡ଼ ଖବର ବ୍ୟୁରୋ): ବିଧାୟକଙ୍କ ଘର ଭାଙ୍ଗ । ଘର ଭାଙ୍ଗି ସେହି ସ୍ଥାନରେ ସାଧାରଣ ଲୋକଙ୍କ ପାଇଁ ସୁବିଧା କର । ସରକାରୀ ଜମିରେ ଘର ନିର୍ମାଣ ପାଇଁ ଅନୁମତି ଦେଲା କିଏ? ସେହି ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ କେବେ? ଏଭଳି ନାରା ଦେଇ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି କଂଗ୍ରେସ କମିଟି ୧୧ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ ଡାକରା ଦେଇଥିଲା । ଦାରିଙ୍ଗବାଡି ପଞ୍ଚାୟତର ୨୫ ପଞ୍ଚାୟତବାସୀ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବାରୁ ବନ୍ଦ ପାଳନ ସଫଳ ହୋଇଛି ବୋଲି କଂଗ୍ରେସ ଦାବି କରିଛି ।

ଦାରିଙ୍ଗବାଡି ବନ୍ଦକୁ ସମର୍ଥନ ଜଣାଇ ଦୋକାନ ବଜାର ବଂଦ ରଖିଥିଲେ । ଏପରିକି ଯାନବାହନ ଚଳାଚଳ ମଧ ବଂଦ ରହିଥିଲା । ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କଂଗ୍ରେସ କହିଛି । ରିଙ୍ଗବାଡ଼ି ପାଠଗାର ନିକଟରେ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତିଆରି କରିଛନ୍ତି ଘର । ସରକାରର ଜମିରେ ତିଆରି ହୋଇଛି ଦୁଇମହଲ ବିଶିଷ୍ଠ ଘର । ପ୍ରାୟ ୧ଏକର ସରକାରୀ ଜମିକୁ ବିଧାୟକ ସାଲୁଗା ପ୍ରଧାନ ଜବରଦଖଲ କରିଛନ୍ତି । ବିଧାୟକଙ୍କ ଚାପରେ ସ୍ଥାନୀୟ ରାଜସ୍ୱ ବିଭାଗ ବିଧାୟକଙ୍କୁ ସହଯୋଗ କରିଛି । ଏଭଳି ବେନିୟମ କାର୍ଯ ବିରୋଧରେ ଦାରିଙ୍ଗବାଡି କଂଗ୍ରେସ କମିଟି ସ୍ଥାନୀୟ ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛି । ମାତ୍ର ସୁଫଳ ନ ମିଳିବାରୁ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ।

କଂଗ୍ରେସର ଅଭିଯୋଗ ସମ୍ପର୍କରେ ସ୍ଥାନୀୟ ବିଡିଓ କିମ୍ବା ତହସିଲଦାର ପାଟି ଖୋଲୁ ନାହାନ୍ତି । ସରକାରୀ ଜମି ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଛି । ଏହା ସତ୍ତେ୍ୱ କିଛି ସ୍ଥାନୀୟ ଲୋକପ୍ରତିନିଧି ସରକାରୀ ବାବୁଙ୍କ ଉପରେ ଚାପ ପକାଇ ନିଜ ସ୍ୱାର୍ଥ ସାଧନ ପାଇଁ ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେବାକୁ ଭୁଲୁ ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ