Masthead

ଡାକ୍ତରଙ୍କ ମହାନତା, ବିନା ପଇସାରେ ରୋଗୀ ସେବା

ବରଗଡ଼ (ବଡ଼ ଖବର ବ୍ୟୁରୋ): ସ୍ୱାର୍ଥପର ଦୁନିଆରେ ନିଃସ୍ୱାର୍ଥପର ମଣିଷ । ପଇସା ପାଇଁ ନୁହେଁ କିନ୍ତୁ କରୁଛନ୍ତି ନିଃସ୍ୱାର୍ଥପର ଲେକଙ୍କ ସେବା । ମାଗଣାରେ ଲୋକଙ୍କ ସେବା କରୁଛନ୍ତି । ଲୋକଙ୍କ ଠାରୁ ପ୍ରଶଂସା ସାଉଁଟୁଛନ୍ତି । ଡାକ୍ତର ମେଘନାଥ ମେହେର । ରାତି ପାହିଲେ ଧାଡ଼ି ଲାଗୁଛି କ୍ଲିନିକ୍ ଆଗରେ । ଛୁଆଠୁ ବୁଢ଼ା ଗରିବ ହେଉକି ଧନୀ ସମସ୍ତେ ଚିକିତ୍ସା ପାଇଁ ଅପେକ୍ଷା କରି ରହିଛନ୍ତି । ଏଦୃଶ୍ୟ ହେଉଛି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସରକଣ୍ଡା ଗାଁର । ଆଉ ଏଠାରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ହେଉଛନ୍ତି ଏହି ଗାଁର ପୁଅ ଡାକ୍ତର ମେଘନାଥ । ସେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରର ସୋମ ହସ୍ପିଟାଲରେ କାର୍ଯ୍ୟରତ । କିନ୍ତୁ ନିଜ ଜନ୍ମମାଟିକୁ ଭୁଲି ନାହାଁନ୍ତି । ନିଜ ଜନ୍ମମାଟି ଲୋକ ଯେପରି ଚିକିତ୍ସାରୁ ବଞ୍ଚିତ ନହେବେ ସେଥିପାଇଁ ତାଙ୍କ ମାଙ୍କ ନାମରେ ତାରା ସ୍ବାସ୍ଥ୍ୟ ସଚେତନ କେନ୍ଦ୍ର ନାମରେ ଏକ କ୍ଲିନିକ ଖୋଲିଛନ୍ତି ।

ଆଉ ମାଗଣାରେ ଲୋକଙ୍କୁ ଚିକିତ୍ସା କରୁଛନ୍ତି । ରୋଗରୁ ଲୋକେ କିପରି ଦୂରେଇ ରହିବେ ସେନେଇ ସଚେତନ ମଧ୍ୟ କରୁଛନ୍ତି । ସାଧାରଣ ଜ୍ଵର ଠାରୁ ଆରମ୍ଭ କରି ମ୍ୟାଲେରିଆ,ମଧୁମେହ, ବ୍ଲଡ ପ୍ରେସର ପରି ରୋଗର ମାଗଣାରେ ପରୀକ୍ଷା କରିବା ସହ ଔଷଧ ମଧ୍ୟ ପ୍ରଦାନ କରାଯାଉଛି । ଏଥିପାଇଁ ରୋଗୀଙ୍କ ସହ ଡାକ୍ତର ମଧ୍ୟ ଖୁସିଥିବା କହିଛନ୍ତି । ଛୋଟଟି ଦିନରୁ ମେଘନାଥ ମେହେର ଡାକ୍ତର ହେବା ସ୍ବପ୍ନ ଦେଖିଥିଲେ । ଗାଆଁ ଲୋକେ କିପରି ସୁବିଧାରେ ଚିକିତ୍ସା ପାଇ ପାରିବେ ସେହି ଲକ୍ଷ ନେଇ ଆଗକୁ ବଢ଼ି ଚାଲିଲେ । ସେ ଗାଁ ସ୍କୁଲରେ ହିଁ ଦଶମ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ପରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ କଟକରେ ଡାକ୍ତରୀ ପାଠ ପଢ଼ି ଡିଗ୍ରୀ ଅର୍ଜନ କରିଥିଲେ । ପରେ ଭୁବନେଶ୍ୱର ଏମ୍ସରେ ତିନି ବର୍ଷ ଚାକିରି କଲାପରେ ଏବେ ସୋମ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ଆଉ ଏବେ ନିଜ ଗ୍ରାମ ସହ ଅଞ୍ଚଳବାସୀଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଗର୍ବିତ ମନେ କରୁଥିବା ବେଳେ ଡାକ୍ତର ମେଘନାଥ ମେହେରଙ୍କ ଏପରି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରୁଛନ୍ତି। ଡାକ୍ତରଙ୍କୁ ସମସ୍ତେ ଭଗବାନ ସ୍ୱରୂପ ଦେଖିଥାନ୍ତି । କିନ୍ତୁ ସରକଣ୍ଡା ଗ୍ରାମବାସୀ ଭଗବାନ ରୂପରେ ନିଜର ମା ମାଟିର ସନ୍ତାନକୁ ପାଇ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ