Masthead

ମାଲକାନଗିରି ବିଜେପିକୁ ଶକ୍ତ ଝଟକା , ବିଜେଡିରେ ମିଶିଲେ ୧୦ ବିଜେପି ନେତା

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ୧୨ ତାରିଖରେ ଲଷ୍ମୀ ବସର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ ଆସୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏବେ ଉଷ୍ମତା ବଢିବାରେ ଲାଗିଛି। ଠିକ ଦୁଇ ଦିନ ପୂର୍ବରୁ ସୋମବାର ଦିନ ୨୦ଜଣ ବିଜେପି ନେତାଙ୍କ ସମୂହ ଇସ୍ତଫା ପରେ ଆଜି ବୁଧବାର ପ୍ରାୟ ୧୦ ଜଣ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ସେପଟେ ବାଲିମେଳା ନଗର ବିଜେପି ଅଭିଯୋଗ କରିଛି ଯେ ବିଜେଡିର ଏହା ବଡ ଚକ୍ରାନ୍ତ । କିଛି ଲୋକଙ୍କ ଜାଲ ସ୍ୱାକ୍ଷର କରି ଗଣମାଧ୍ୟମରେ ମିଛ ପ୍ରଚାର କରୁଛନ୍ତି । ଜିଲ୍ଲା ବିଜେପି ଦୁର୍ଗ ଭୁଶୁଡିଲା କିନ୍ତୁ ଯେଉଁମାନଙ୍କୁ ନେଇ କିଛି ଗଣମାଧ୍ୟମରେ ଯେଉଁ ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଏବଂ ଜିଲ୍ଲା ବିଜେପି ଏହାକୁ ଖଣ୍ଡନ କରୁଛି।

ସୂଚନା ଅନୁସାରେ ବିଜେପି ଛାଡି ବିଜେଡି ଦଳରେ ସାମିଲ ହୋଇଥିବା କର୍ମକର୍ତ୍ତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛୁ ବୋଲି ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଲଷ୍ମୀ ଯୋଜନାରେ ଗ୍ରାମରୁ ସହର ପର‌୍ୟ୍ୟନ୍ତ ବସ ସେବା ଯୋଗାଇ ଦେଉଛନ୍ତି ସାଧାରଣ ଗରିବ ଜନତାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ ବଡ ସହାୟକ ହୋଇପାରିବ । ଏ ସବୁ ଲୋକାଭିମୁଖୀ କାମ ଦେଖି ମୁ ଓ ମୋ ସହ ବହୁ ବିଜେପି ନେତା ସମୂହ ଇସ୍ତଫା ଦେବା ସହ ବିଜେଡିରେ ମିଶିଛୁ। ଯାହା ଆଗାମୀ ଦିନରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଘୋର କ୍ଷତି ହେବା ସହ ବିଜେପି ସଂଘଠନକୁ ଶକ୍ତ ଝଟକା ଲାଗିବ ବୋଲି ରାଜନୀତିଜ୍ଞ ବିଶେଷଜ୍ଞ ମତ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା