Masthead

ଓଡ଼ିଶାରେ ବଢିବ ଲକଡାଉନ !

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରରେ ବଢ଼ିପାରେ ଲକଡାଉନ୍ ? ଆଜି ୪.୩୦ମିନିଟ୍ ରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ସଚିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ଲକଡାଉନ ବଢ଼ିବା ନେଇ କରିପାରନ୍ତି ଘୋଷଣା । ରାଜ୍ୟ ସ୍ଥିତି ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରିବେ ମୁଖ୍ୟ ଶାସନ ସଚିବ ।

ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ । ଅପରାହ୍ଣ ସାଢ଼େ ୪ଟାରେ ପ୍ରେସମିଟରେ ମୁଖ୍ୟ ସଚିବ କଣ କହିବେ ତାଉପରେ ସମସ୍ତଙ୍କ ନଜର ରହିଛି । ଏହାସହ ଟିକା ନେଇ ସରକାର କରିଥିବା ଗ୍ଲୋବାଲ୍ ଟେଣ୍ଡର ନେଇ ବି ସୂଚନା ଦେଇପାରନ୍ତି ମୁଖ୍ୟ ସଚିବ । ଲକଡାଉନର ୧୦ ଦିନ ପରେ ବି ରାଜ୍ୟରେ କମୁନି ସଂକ୍ରମିତଙ୍କ ସଂଖ୍ୟା । ପଜିଟିଭ୍ ହାର ୨୦ ପ୍ରତିଶତ ତଳକୁ ଖସୁନି । ଏଭଳି ସ୍ଥିତିରେ ଓଡ଼ିଶାରେ ପଜିଟିଭିଟ୍ ରେଟ୍ ୨୦ ପ୍ରତିଶତରୁ ଅଧିକ ରହୁଥିବାରୁ ଲକଡାଉନ୍ ବଢ଼ିପାରେ ବୋଲି ସମ୍ଭାବନା ରହିଛି ।

ବିଶେଷ କରି ପାଞ୍ଚଟି ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ଅନୁଗୋଳ ଓ ସମ୍ୱଲପୁର ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ବି ଅଧିକ ରହିଛି । ଆଜି ମୁଖ୍ୟ ସଚିବଙ୍କ ସହ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ବି କରୋନା ନେଇ ସୂଚନା ଦେବେ । ଏହାସହ ନୂଆ ବିଏମସି କମିଶନର ସଞ୍ଜୟ ସିଂ ବି ଭୁବନେଶ୍ୱରରେ କରୋନା ସ୍ଥିତି ନେି ସୂଚନା ଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ