Before Header

ଜିଲ୍ଲା ମାନ୍ୟତା ଦାବି, ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

0 552

ବଙ୍ଗମୁଣ୍ଡା (ବଡ଼ ଖବର ବ୍ୟୁରୋ): କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି । ଜିଲ୍ଲାର ମାନ୍ୟତା ଦାବିକୁ ସମର୍ଥନ ଜଣାଇ ବିଭିନ୍ନ ସଂଗଠନ ବନ୍ଦରେ ସାମିଲ ହୋଇଛନ୍ତି। ଦୋକାନ ବଜାର ବନ୍ଦ ରହିଛି । ଦୀର୍ଘ ୩୦ ବର୍ଷ ଧରି କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇ ଆସୁଛି । ଜିଲ୍ଲା ମାନ୍ୟତା ଦାବି ତୀବ୍ରତର ହେବାରେ ଲାଗିଛି । ବନ୍ଦ ଯୋଗୁଁ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ କାର୍ଯ୍ୟାଳୟ ସହିତ ଦୋକାନ ବଜାର , ବନ୍ଦ ରହିଛି । ଯାନବାହାନ ଚଳାଚଳ ସ୍ୱଭାବିକ ରହିଛି ।

 

Leave A Reply

Your email address will not be published.