Masthead

ଶବର ଲମ୍ବା ଧାଡି, ଲିଭୁନି ଜୁଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନ୍ୟାସନାଲ କ୍ୟାପିଟାଲ ଦିଲ୍ଲୀରେ କରୋନା ସ୍ଥିତି ବେହାଲ । ଗତ ୨୪ଘଣ୍ଟା ଭିତରେ ଦିଲ୍ଲୀରେ ୨୮ହଜାର ୩୯୫ ନୂଆ ପଜିଟିଭ କେସ ରେକର୍ଡ କରାଯାଇଛି । ସେହିପରି ୨୭୭ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ  ୯ଟି ସେଣ୍ଟ୍ରାଲ ଡାକ୍ତରଖାନା, ୧୫୪ଟି ଦିଲ୍ଲୀ ସରକାରଙ୍କ ଡାକ୍ତରଖାନା ଓ ୪୫୮ଟି ଘରୋଇ ଡାକ୍ତରଖାନା ରହିଛି । ନୂଆଦିଲ୍ଲୀ ଉପକଣ୍ଠ ଗାଜିଆବାଦ ଅଞ୍ଚଳରେ ଗତ ୧୫ଦିନରେ ୪୫୦ରୁ ଅଧିକ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ଗଙ୍ଗାରାମ, ମାକ୍ସ ପ୍ରଭୃତି ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ରୋଗୀ ସେବା ଗୁରୁତର ପ୍ରଭାବିତ ହୋଇଛି । ଡାକ୍ତରଖାନାଗୁଡ଼ିକରେ ଆବଶ୍ୟକ ସଂଖ୍ୟକଠାରୁ ଅଧିକ କରୋନା ରୋଗୀ ଚିକିତ୍ସିତ ହେଉଥିବାରୁ ବିଷମ ପରିସ୍ଥିତି ଲାଗିରହିଛି । ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ପ୍ରତିଦିନ ଶହ ଶହ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି । ଗାଜିଆବାଦର ହିଣ୍ଡନ ଶ୍ମଶାନରେ ଜୁଇ ଲିଭୁନି । ଶବର ଲମ୍ବା ଧାଡି ।

ଡାକ୍ତରଖାନାଗୁଡିକୁ ଅକ୍ସିଜେନ୍ ତୁରନ୍ତ ଯୋଗାଇ ଦିଆନଗଲେ ମହାମାରୀ ପରିସ୍ଥିତି ସୃଷ୍ଟି ହେବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶେଷୋଦିଆ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦିଲ୍ଲୀର ବିଭିନ୍ନ ଡାକ୍ତରଖନାକୁ ମଙ୍ଗଳବାର ୪୫୦୦ ଓ ବୁଧବାର ୬ ହଜାର କ୍ୟୁବିକ୍ ମିଟର ଅକ୍ସିଜେନ୍ ବିଭିନ୍ନ ଡାକ୍ତରଖାନାକୁ ଯୋଗାଇ ଦିଆଯାଇଛି । ତଥାପି ୧୧ହଜାର କ୍ୟୁବିକ୍ ମିଟର ଅକ୍ସିଜେନ୍ ଯୋଗାଣର ଆବଶ୍ୟକତା ରହିଛି । ରୋଗୀଙ୍କ ତୁଳନାରେ କମ୍ ଅକ୍ସିଜେନ୍ ଯୋଗାଣ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି