Masthead

ଗୁଳି ଫୁଟାଇ ଲୁଟିନେଲେ ଦେଢ଼ ଲକ୍ଷ

କୋଷାଗୁମୁଡ଼ା, (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗାଠାରେ ଥିବା ମଲ୍ଲିକ ପେଟ୍ରୋଲ ପମ୍ପରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍। ୨ଜଣ ଦୁର୍ବୃତ୍ତ ୩ରାଉଣ୍ଡ ଗୁଳି ଫୁଟାଇ କର୍ମଚାରୀଙ୍କଠାରୁ ଟଙ୍କା ଝାମ୍ପି ନେଇଛନ୍ତି। ଦୁର୍ବୃତ୍ତଙ୍କ ଗୁଳିରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। କୋଡ଼ିଙ୍ଗା-ପାପଡ଼ାହାଣ୍ଡି ରାସ୍ତାର ଅଳ୍ପ ଦୂରରେ ପାପଡ଼ାହାଣ୍ଡି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲ୍ଲିକଙ୍କର ଏକ ପେଟ୍ରୋଲ ପମ୍ପ ରହିଛି। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୬ଟାରେ ୨ ଦୁର୍ବୃତ୍ତ ଏକ ବାଇକରେ ଆସି ୧୦୦ ଟଙ୍କାର ପେଟ୍ରୋଲ ପକାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। କର୍ମଚାରୀ ଜଣକ ଛଡ଼ାଇବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି ଚଳାଇ ବ୍ୟାଗ ନେଇଯାଇଥିଲେ। ପମ୍ପ ମାଲିକ ଏବଂ ତାଙ୍କ ପୁତୁରା ଗୁଳି ଶବ୍ଦ ଶୁଣି ବାହାରକୁ ଆସି ଦୁର୍ବୃତ୍ତ ଦ୍ୱୟଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନଙ୍କ ଉପରକୁ ମଧ୍ୟ ୨ ରାଉଣ୍ଡ ଗୁଳି ଫୁଟାଇ ଟଙ୍କା ବ୍ୟାଗ ଧରି ପାପଡ଼ାହାଣ୍ଡି ପଟକୁ ଫେରାର ହୋଇଯାଇଥିଲେ। ସୌଭାଗ୍ୟବଶତଃ ପମ୍ପ ମାଲିକ ଓ ତାଙ୍କ ପୁତୁରାଙ୍କ ଦେହରେ ଗୁଳି ବାଜି ନାହିଁ। କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଥିବା ବେଳେ ଦୁର୍ବୃତ୍ତମାନେ ଆଗରେ ଅଳ୍ପ ଦୂରରେ ଥିବା ଆଉ ଗୋଟିଏ ପେଟ୍ରୋଲ ପମ୍ପରେ କିଛି ସମୟ ପୂର୍ବରୁ ୧୫୦୦ ଟଙ୍କାର ପେଟ୍ରୋଲ ପକାଇ ଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ତେବେ ଦୁର୍ବୃତ୍ତ ମୁହଁରେ ମାସ୍କ ବାନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହେଉଛି। ପୋଲିସ ସମସ୍ତ ରାସ୍ତା ସିଲ କରି ଯାଞ୍ଚ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ