Masthead

ପ୍ରେମ ପାଇଁ ବାବା ସାଜିଲେ ପ୍ରେମିକ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ପ୍ରେମିକା ଘରକୁ ବାବା ବେଶରେ ଯାଇ ହଟ୍ଟହଟ୍ଟା ହେଲେ ଯୁବକ । ଯାଜପୁର ରୋଡ଼ ଥାନା ଫେରକ୍ରମ କଲୋନିରେ ଘଟିଛି ଏଭଳି ଏକ ଦୁଶ୍ୟ ଯାହା କୌଣସି ଫିଲ୍ମର ଦୃଶ୍ୟଠୁ କମ୍ ନୁହଁ । ପ୍ରେମିକାର ଅନ୍ୟତ୍ର ବାହାଘର ଠିକ୍ ହେବା ପରେ ପ୍ରେମିକା ଘରକୁ ବାବା ବେସରେ ଯାଇ ହଟହଟା ହେଇଛି ପ୍ରେମିକ । ତେବେ ସ୍ଥାନୀୟ ଲୋକ ପ୍ରଥମେ ତାଙ୍କୁ ପିଲା ଚୋର ଭାବି ଧରିବା ପରେ ପୋଲିସର ଜିମା ଦେଇଥିଲେ । ପରେ ପୋଲିସ ପଚରା ଉଚରା କରିବାପରେ ଯୁବକ ଜଣକ ପୋଲିସ ସମ୍ମୁଖରେ ସବୁ କହିଥିବା ଜଣାପଡିଛି । ତେବେ ବାବା ବେଶରେ ଆସିଥିବା ଯୁବକ ଜଣଙ୍କ ଅନୁଗୁଳ ଅଞ୍ଚଳର ବୋଲି ଜଣାପଡିଛି । ଉଭୟ ପୁଅ ଏବଂ ଝିଅ ଭୁବନେଶ୍ୱରର ଏକ ଘରୋଇ କଲେଜରେ ପଢନ୍ତି । ସେଠାରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ