ଶିଷ୍ଟାଚାର ପାଠ ପଢିବେ ମଧ୍ୟପ୍ରଦେଶ ବିଧାୟକ

(ବଡ଼ ଖବର ବ୍ୟୁରୋ): ଶିଷ୍ଟାଚାର ପାଠ ପଢିବେ ମଧ୍ୟପ୍ରଦେଶ ବିଧାୟକ । ବିଧାସନଭାରେ ଯେପରି ଅସାମ୍ବିଧାନିକ ଶବ୍ଦ ବ୍ୟବହାର ନ କରିବେ ସେଥିପାଇଁ ନେବେ ତାଲିମ । ବିଧାୟକମାନଙ୍କୁ ନୈତିକତା ଓ ଶିଷ୍ଟାଚାର ପାଠ ପଢାଇବାରେ ମଧ୍ୟପ୍ରଦେଶ ହେବ ଦେଶର ପ୍ରଥମ ରାଜ୍ୟ । ଅଗଷ୍ଟ ୯ରେ ବସିବ ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୂର୍ବରୁ ବିଧାୟକମାନଙ୍କୁ ନୈତିକତା ଓ ଶିଷ୍ଟାଚାର ସମ୍ପର୍କରେ ଶିକ୍ଷା ଦିଆଯିବ । ଆସନ୍ତା ୧୫ଦିନ ଭିତରେ ଦୁଇଦିନିଆ ତାଲିମ ଶିବିର ଆୟୋଜିତ ହେବ ।

ଏଥିରେ ସମସ୍ତ ବିଧାୟକ ଅଂଶ ଗ୍ରହଣ କରିବାକୁ ବାଧ୍ୟ ବୋଲି ବାଚସ୍ପତି ଗିରିଶ ଗୌତମ କହିଛନ୍ତି । ତାଳିମ ଶେଷରେ ପ୍ରତି ବିଧାୟକଙ୍କୁ ଗୋଟିଏ ଲେଖାଏଁ ହ୍ୟାଣ୍ଡବୁକ୍ ପ୍ରଦାନ କରାଯିବ । କୌଣସି ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ବେଳେ ମନ୍ତ୍ରୀ ଓ ବିଧାୟକମାନେ ଅସାମ୍ବାଧାନିକ ଶବ୍ଦ ବ୍ୟବହାର କରୁଛନ୍ତି । ସମ୍ପୃକ୍ତ ମନ୍ତ୍ରୀ କିମ୍ବା ବିଧାୟକ ସାଧାରଣରେ ନିନ୍ଦିତ ହେଉଛନ୍ତି। ସାଧାରଣ ଲୋକଙ୍କ ନିକଟରେ ସେମାନଙ୍କ ସମ୍ମାନ ବଜାୟ ରଖିବାକୁ ଶିଷ୍ଟାଚାର ଓ ନୈତିକତା ଶିକ୍ଷା ଜରୁରୀ ବୋଲି ବାଚସ୍ପତି କହିଛନ୍ତି । ମୁର୍ଖ, ଚୋର, ଅପଦାର୍ଥ, ବେୱକୁଫ୍ ଭଳି ପ୍ରାୟ ୩୦୦ ଅସାମ୍ବିଧାନିକ ଶବ୍ଦ ବ୍ୟବହାରଠାରୁ ଦୂରେଇ ରହିବା ପାଇଁ ତାଲିମ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ