Masthead

ଖେଳୁଥିବାବେଳ ଚଢିଗଲା ଟ୍ରାକ୍ଟର

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ଟ୍ରାକ୍ଟର ଡ୍ରାଇଭରର ବେପରୁଆ ଗାଡି ଚାଳନା । ଶିଶୁ ପୁତ୍ରର ଚାଲିଗଲା ଜୀବନ । ଦିନକୁ ଦିନ ବଢି ଚାଲିଛି ଶିଶୁ ମୃତ୍ୟୁହାର । କିଏ ଦୁର୍ଘଟଣାରେ ଶିକାର ହେଉଛି ତ ଆଉ କିଏ ଅକାଳ ବିୟୋଗରେ ଚାଲିଯାଉଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଝାଡେଶ୍ୱରପୁର ଚିଙ୍ଗୁଡ଼ିଆମୁଁହ ଅଂଚଳରେ । ଟ୍ରାକ୍ଟର ଚାଳକଙ୍କ ବେପରୁଆ ଗାଡ଼ି ଚକା ତଳେ ଚାଲିଗଲା ଅଢେଇ ବର୍ଷ ଶିଶୁ ପୁତ୍ର ପୀୟୁଷର ଜୀବନ ।

ଡ୍ରାଇଭର ଜଣଙ୍କ ଗତ କିଛି ମାସ ତଳେ ଚିଙ୍ଗୁଡ଼ିଆ ମୁହଁ ପାଟନାଳି ସେତୁର କାର୍ଯ୍ୟ କରୁଥିଲେ । ପିଲାଟି ଖେଳୁଥିବା ସମୟରେ ଡ୍ରାଇଭର ଜଣଙ୍କ ଟ୍ରାକ୍ଟର ଚଢାଇ ଦେଇଥିଲେ । ସେପଟେ କାହା ନିର୍ଦ୍ଦେଶରେ ମାଟି ବାହାରକୁ ବିକ୍ରି କରାଯାଉଥିଲା ଏବଂ ମାଟି ବିକ୍ରି ପଛରେ ବିଭାଗୀୟ ଅଧିକାରୀଙ୍କ ହାତ ଅଛି କି ବୋଲି ଅଭିଯୋଗ ଆଣିଛନ୍ତି ମୃତ ଶିଶୁ ପୁତ୍ର ପୀୟୁଷର ପରିବାର ଲୋକେ । ପୁଅର ମୃତ୍ୟୁ ପରେ ଦିଗହରା ହୋଇପଡ଼ିଛନ୍ତି ବାପା -ମାଆ। ଅଭିଯୋଗ ପରେ ପୋଲିସ ଅଧିକ ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ