Before Header

ବାପାର କଟୁରୀ ଚୋଟରେ ପୁଅ ଲହୁଲୁହାଣ

0 1,053

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା   । ପାରିବାରିକ କଳହ ପାଇଁ ବାପାର କଟୁରୀ ଚୋଟରେ ପୁଅ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି ।  ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସସିବିକୁ ସ୍ଥାନାନ୍ତର ପାଇଁ ମାହାଙ୍ଗା ମେଡିକାଲ ପକ୍ଷରୁ ଡାକ୍ତର ନିର୍ଦ୍ଦେଶ ଦେଇଥିବା ଜଣାପଡୁଛି  । ସୂଚନା ମୁତାବକ ଶୋଇଥିବା ଅବସ୍ଥାରେ ବାପା ମାନସ ବେହେରା ପୁଅ ଅଜିତ ବେହେରାଙ୍କ ବେକକୁ କଟୁରୀରେ ହାଣି ଦେଇଥିଲେ  । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଅ ଅଜିତକୁ ପ୍ରଥମେ ମାହାଙ୍ଗା ସରକାରୀ ହସ୍ପିଟାଲକୁ ନିଆଯାଇଥିଲା  ।

ତେବେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ସେଠାରୁ କଟକ ସ୍ଥାନାନ୍ତର କରାଯାଇଛି  । ପୁତ୍ର ହନ୍ତା ବାପାକୁ ଗ୍ରାମବାସୀ ମାନେ କାବୁକରୀ ପୋଲିସ ଜିମା ଦେଇଛନ୍ତି  । ମାହାଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରିରଖିଛି  । ମାତ୍ର ଶହେ ଟଙ୍କା ପାଇଁ ବାପ ପୁଅକୁ ହାଣିଥିବା ସ୍ୱୀକାର କରିଛି  । ଲଳିତଗିରି ଅଂଚଳର ଏହି ଲୋମ ଟାଙ୍କୁରା ଘଟଣା ସାରା ମାହାଙ୍ଗାରେ ଆଲୋଡନ ସୃଷ୍ଟି କରିଛି  । ବୋହୂର ଟଙ୍କା ଚୋରି କରି ଧରା ପଡିବାରୁ ଉତକ୍ଷିପ୍ତ ହୋଇ ବାପ ପୁଅକୁ ହାଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି  । ତେବେ ପୁଅ ଜୀବନ ମୃତ୍ୟୁ ସହ ହସ୍ପିଟାଲରେ ସଂଘର୍ଷ କରୁଥିବା କୁହାଯାଉଛି  । ଅପରାଧୀ ବାପାକୁ ଉପଯୁକ୍ତ ଶାସ୍ତି ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.