Masthead

ଭଙ୍ଗା କିରୀଟ ପିନ୍ଧିଲେ ମହାପ୍ରଭୁ

ପୁରୀ(ବଡ଼ ଖବର ବ୍ୟୁରୋ): ସୁନାବେଶ ସମୟରେ ବଡ଼ ଅଘଟଣ । ଭାଙ୍ଗିଲା ମହାପ୍ରଭୁଙ୍କ କିରୀଟ । ମହାପ୍ରଭୁଙ୍କ କିରୀଟର ବାମପଟୁ ତୃତୀୟ କିଆ ଭାଙ୍ଗିଛି । ତେବେ ଏହାକୁ ଲୁଚାଇବାକୁ ଯାଇ ଭାଙ୍ଗିଥିବା କିଆ ସ୍ଥାନରେ ଫୁଲ ଲଗାଇ ଦିଆଯାଇଥିଲା । ମହାପ୍ରଭୁଙ୍କ କିରୀଟରେ ମୋଟ ୨୧ଟି କିଆ ଥାଏ । କିନ୍ତୁ ସୁନାବେଶ ପାଇଁ ମହାପ୍ରଭୁଙ୍କ ଅଳଙ୍କାର ଆସିବା ସମୟରେ ବାମପଟରୁ ଗୋଟିଏ କିଆ ନଥିବା ଦେଖିବାକୁ ମିଳିଥିଲା । ଗୋଟିଏ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥିଲା।

ତେବେ ଭଣ୍ଡାର ମେକାପ ଲକ୍ଷ୍ମୀନାରାୟଣ ମେକାପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଭଣ୍ଡାରରୁ ଆଣିବା ସମୟରେ ଠିକଠାକ୍ ଥିଲା। କିନ୍ତୁ ରଥ ଉପରେ ହାତ ବାଜି ଭାଙ୍ଗିଯାଇଛି। ତାକୁ ସୁରକ୍ଷିତ ଭାବେ ରଖାଯାଇଛି, ଏହାର ମରାମତି ହେବ ବୋଲି କହିଛନ୍ତି। ସେହିପରି ଛତିଶା ନିଯୋଗ ନାୟକ କହିଛନ୍ତି ଏସବୁର ମରାମତି ପାଇଁ ପୂର୍ବରୁ କୁହାଯାଇଥିଲା। ତେବେ ମହାପ୍ରଭୁଙ୍କ କାର୍ଯ୍ୟରେ ବାରମ୍ବାର ବାଧା କ’ଣ ପାଇଁ ଆସୁଛି ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ