Masthead

ମାଲକାନଗିରିରେ ରେକର୍ଡ କରୁଛି ପେଟ୍ରୋଲ ଦର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ବଢିବାରେ ଲାଗିଛି । ଲଗାତାର ୫ ଦିନ ହେଲା ଏହି ଇନ୍ଧନ ଦରକୁ କମ୍ପାନୀ ଗୁଡିକ ବଢାଇ ଚାଲିଛନ୍ତି । ଫଳରେ ପ୍ରତ୍ୟେକ ଦିନ ପେଟ୍ରୋଲ ଏବଂ ଡିଜେଲ ଦର ନୂଆ ନୂଆ ରେକର୍ଡ କରିଚାଲିଛି । ଶନିବାର ପେଟ୍ରୋଲ ଦର ଲିଟର ପିଛା ୩୦ ପଇସା ଏବଂ ଡିଜେଲ ଦର ୩୫ ପଇସା ବଢିଛି । ଏଥିଯୋଗୁ ଦେଶର ପ୍ରଥମ ମହାନଗର ଭାବେ ମୁମ୍ବାଇରେ ଡିଜେଲ ଦର ୧୦୦ ଟଙ୍କା ଟପିଯାଇଛି।

ମୁମ୍ବାଇରେ ଆଜି ଡିଜେଲ ଦର ୧୦୦ ଟଙ୍କା ୨୯ ପଇସାରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ୯୨ଟଙ୍କା ୪୭ ପଇସା ରହିଛି । ଚେନ୍ନାଇରେ ଡିଜେଲ ଦର ୯୬ ଟଙ୍କା ୯୩ ପଇସା ଥିବାବେଳେ କୋଲକାତାରେ ୯୫ଟଙ୍କା ୫୮ ପଇସା ରହିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ୧୦୯ ଟଙ୍କା ୮୩ ପଇସା ଛୁଇଁଥିବାବେଳେ ଦିଲ୍ଲୀରେ ୧୦୩ଟଙ୍କା ୮୪ ପଇସା ଛୁଇଁଛି ।

ଏଥିସହିତ କୋଲକାତାରେ ପେଟ୍ରୋଲ ଦର ୧୦୪ ଟଙ୍କା ୫୨ ପଇସା ଏବଂ ଚେନ୍ନାଇରେ ୧୦୧ଟଙ୍କା ୨୭ ପଇସାରେ ପହଞ୍ଚିଛି । ଭୁବନେଶ୍ୱରରେ ବି ତେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ପେଟ୍ରୋଲ ଦର ୧୦୪ ଟଙ୍କା ୭୭ରେ ଏବଂ ଡିଜେଲ ଦର ୧୦୦ଟଙ୍କା ୮୭ ପଇସା ଛୁଇଁଛି । ସେହିଭଳି ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦର୧୧୦ ଟଙ୍କା ୩୩ ପଇସା ଏବଂ ଡିଜେଲ ଦର ୧୦୬ ଟଙ୍କା ୨୫ ପଇସାରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ