Masthead

ଓଡ଼ିଶାରେ ମମତା

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମମତା ବାନାର୍ଜୀ । ଭୁବନେଶ୍ୱରରୁ ସଡ଼କ ପଥରେ ମମତା ପୁରୀ ଯିବେ । ଆଜି ଓ କାଲି ୨ ଦିନ ପୁରୀରେ ରାତ୍ରୀଯାପନ କରିବେ । ଶ୍ରୀଜିଉଙ୍କୁ ଦର୍ଶନ କରିବେ । ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି କୋଲକାତା ଫେରିଯିବେ । ତେବେ ମମତାଙ୍କ ପାଇଁ ପୁରୀରେ ନିର୍ମାଣ ନିବାସରେ ରାତ୍ରୀଯାପନ କରିବାର ବ୍ୟବସ୍ଥା କରାଯାଇଛି ।

ଆସନ୍ତାକାଲି ଅପରାହ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ୨୩ ତାରିଖରେ ଭୁବନେଶ୍ୱର ଯାଇ ସନ୍ଧ୍ୟା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରୋଟୋକଲ ଅନୁସାରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପଶ୍ଚିମବଙ୍ଗ ପୋଲିସ ଏବଂ କମିଶନରେଟ ସହ ଆଲୋଚନା କରାଯାଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ବୋଲି କହିଛି ଜିଲ୍ଲା ପ୍ରଶାସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ