Masthead

ମମତାଙ୍କ ଦାବି ତୁରନ୍ତ କର ଉପନିର୍ବାଚନ, ଜାଣନ୍ତୁ ଏହାପଛରେ କାରଣ କ’ଣ?

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ କମୁଛି କରୋନା ସଂକ୍ରମଣ । ମମତା ବାନାର୍ଜୀ ସରକାର ଏନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଆଉ ଏହାସହିତ ରାଜ୍ୟରେ ଉପନିର୍ବାଚନ କରିବାକୁ ମଧ୍ୟ ଦାବି କରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି ବେଙ୍ଗଲରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ନିର୍ବାଚନ କମିଶନ ଉପ ନିର୍ବାଚନ ପାଇଁ ତୁରନ୍ତ ତାରିଖ ଘୋଷଣା କରନ୍ତୁ । ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଯେପରି କ୍ଷୁର୍ଣ୍ଣ ନହେବ ସେଥିପ୍ରତି ନିର୍ବାଚନ କମିଶନ ନଜର ଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

ବେଙ୍ଗଲର ଜଙ୍ଗିପୁର, ଶାମଶେରଗଞ୍ଜ, ଖର୍ଦ୍ଧା, ଭବାନୀପୁର, ଦିନାହାଟ, ଶାନ୍ତିପୁର ଓ ଗୋଶାବା ଆସନରେ ଉପ ନିର୍ବାଚନ ହେବାର ରହିଛି । ତେବେ ମମତା ବାନାର୍ଜୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ନନ୍ଦିଗ୍ରାମରୁ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଲଢ଼ିଥିଲେ । କିନ୍ତୁ ସେଠାରେ ତାଙ୍କର ପରାଜୟ ହୋଇଥିଲା । କିନ୍ତୁ ତଥାପି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ଯଦି ତାଙ୍କୁ ନିଜ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ପଡ଼ିବ ତେବେ ୬ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହୋଇଯିବାକୁ ପଡ଼ିବ । ଯେଉଁଥିପାଇଁ ମମତା ବାନାର୍ଜୀ ତୁରନ୍ତ ନିର୍ବାଚନ ହେଉ ବୋଲି ଦାବି କରିଛନ୍ତି । ଉପନିର୍ବାଚନ ହେଲେ ଭବାନୀପୁର ଆସନରୁ ମମତା ପ୍ରାର୍ଥୀ ମଧ୍ୟ ହୋଇପାରନ୍ତି । ଏହି ଆସନରେ ଶୋଭନଦେବ ଚଟ୍ଟୋପାଧ୍ୟାୟ ଲଢ଼ି ବିଜୟ କରିଥିଲେ ମଧ୍ୟ ଦିଦିଙ୍କ ପାଇଁ ଏହି ଆସନ ଛାଡ଼ି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି