Before Header

କରୋନା ସୁସ୍ଥଙ୍କ ଯୋଗ ଶିବିର

0 25

କୋଣାର୍କ (ବଡ ଖବର ବ୍ୟୁରୋ): କରୋନାରୁ ସୁସ୍ଥ ହୋଇ ଫେରିଥିବା 200 ଜଣଙ୍କ ନିଆରା ପ୍ରୟାସ । ଆଜି ଜାତୀୟ ଆୟୁର୍ବେଦ ଦିବସ ଅବସରରେ କୋଣାର୍କ ରାମଚଣ୍ଡୀ ମୁହାଣ ନିକଟରେ କୋଭିଡ ସୁସ୍ଥଙ୍କୁ ନେଇ ଆୟୋଜିତ ହେଉଛି ଯୋଗ ଶିବିର । ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଶିବିରର ମୂଳ ଲକ୍ଷ୍ୟ ସୁସ୍ଥ ଓ ନିରାମୟ ଜୀବନଯାପନ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ଯୋଗ ଗୁରୁଙ୍କ ଦ୍ଵାରା ରାମଚଣ୍ଡୀ ମୁହାଣରେ ଏହି ଶିବିର ଆୟୋଜିତ ହୋଇଛି । କୋଭିଡ ସଂକ୍ରମଣରୁ ନିଜକୁ କିଭଳି ରକ୍ଷା କରିହେବ ସେନେଇ ଶିବିରରେ ସଚେତନ କରିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.