Masthead

ମନ୍ତ୍ରୀ, ତନ୍ତ୍ରୀ ଯିଏ ଥାନ୍ତୁ, ଆଇନର ଉପରେ କେହି ନୁହେଁ: ମନମୋହନ ସାମଲ

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ଫେକ୍ ସାର୍ଟିଫିକେଟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଫେକ୍ ସାର୍ଟିଫିକେଟ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ । ଫେକ୍ ସାର୍ଟିଫିକେଟ ଦଲାଲମାନେ ପିଲାଙ୍କ ଜୀବନ ସହିତ, ଓଡ଼ିଶାର ଭାଗ୍ୟ ସହ ଖେଳୁଛନ୍ତି । ଆଉ ସରକାର ଅନ୍ଧ, ମୂକ ଏବଂ ବଧିର ହୋଇ ବସିଛନ୍ତି । ଏହା ବନ୍ଦ ହେବା ଆବଶ୍ୟକ । ବିଜେଡି ନେତାଙ୍କର ଯଦି ସମ୍ପୃକ୍ତି ନ ଥାନ୍ତା ଏତେ ବର୍ଷ କେମିତି ଫେକ ସାର୍ଟିଫିକେଟ ଚାଲିଲା? ଆଉ ସରକାର ଜାଣିଲେନି କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ମନମୋହନ ।

ଯେଉଁଠି ସାଧାରଣ ଲୋକଙ୍କ ପିଲାଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ସେଠାରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ସିବିଆଇ ତଦନ୍ତ ହେବା ଦରକାର । ମନ୍ତ୍ରୀ, ତନ୍ତ୍ରୀ ଯିଏ ଥାନ୍ତୁ, ଆଇନର ଉପରେ କେହି ନୁହେଁ । ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସରକାର । ବିଜେଡି କ’ଣ ଭଗବାନ ? ଭଗବାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ କରିପାରିବନି । ଦଲାଲଙ୍କ ବିରୋଧରେ କ’ଣ ଅସୁବିଧା ଅଛି କି ? ସିପିଏମର ଚେର ବେଙ୍ଗଲଠୁ ଅଧିକ କେଉଁଠି ଲମ୍ବି ନଥିଲା । ୩୪ ବର୍ଷ ପରେ ବଙ୍ଗୋସାଗରକୁ ପଳେଇଲା । ଏମାନେ ୨୪ ବର୍ଷ ପରେ ବଙ୍ଗୋପସାଗରକୁ ଯିବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ