Masthead

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ: ରାଘବ ଚଡ୍ଡା

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):   ମଣିପୁର ହିଂସା ଥମିବାରେ ନା ନେଉନାହିଁ । ମଣିପୁର ବର୍ବରତାକୁ ନେଇ ପାର୍ଲାମେଣ୍ଟ ବାହାରେ ଓ ଭିତରେ ସରକାର ତଥା ବିରୋଧୀଙ୍କ ମଧ୍ୟରେ ତୁତୁମେମେ ଲାଗି ରହିଛି। ବିରୋଧୀଦଳ ନେତାମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ମଣିପୁର ଘଟଣାକୁ ନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ରାଘବ କହିଛନ୍ତି ଯେ ମଣିପୁରରେ ଘଟିଥିବା ଘଟଣା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି।

ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ‘ମନ କି ବାତ’ବଦଳରେ ମଣିପୁର ବିଷୟରେ କଥା ହେବା ଉଚିତ୍। ସେ କହିଛନ୍ତି ସଂସଦରେ ସରକାର ଏହି ପ୍ରସଙ୍ଗରେ ବିତର୍କ କରିବା ଉଚିତ୍। ମଣିପୁର ଉପରେ ହୋଇଥିବା ଆଲୋଚନାକୁ ନେଇ ବିଶ୍ୱର ସମସ୍ତ ସଂସଦୀୟ ସଦସ୍ୟ ଗମ୍ଭୀର। ଭାରତ ସଂସଦରେ ଏହା କାହିଁକି ଆଲୋଚନା କରାଯାଉ ନାହିଁ? ସେ ଆହୁରି ମଧ୍ୟ କହିଛନ୍ତି ଯେ ମିଜୋରାମରେ ହିଂସା ଘଟଣା ମଧ୍ୟ ଘଟୁଛି। ସଂସଦ ଚଳାଇବା ସରକାରଙ୍କ ଦାୟିତ୍ ଅଟେ। ଖାଲି ସେତିକି ନୁହେଁ ରାଘବ ରାଷ୍ଟ୍ରପତିଙ୍କ ଶାସନ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି