Masthead

ମୋଦିଙ୍କୁ ଭେଟି ଫୁଲ୍ ଆଗ୍ରେସନରେ ମନମୋହନ, କହିଲେ ଏଠି ବଦଳିବ ସରକାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଲେ ପ୍ରଧାନମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ସହ ଭେଟିଛି । ଓଡ଼ିଶାରେ ସରକାର କରିବା ପାଇଁ ସହଯୋଗ ଦେବେ ବୋଲି କେନ୍ଦ୍ରୀୟ ନେତାମାନେ କହିଛନ୍ତି । ତାଙ୍କ ପାଖରେ ଓଡ଼ିଶାର ସ୍ଥିତି ବିଷୟରେ ତଥ୍ୟ ଅଛି । ଓଡ଼ିଶା ଲୋକ ସରକାର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀ ନେତା ଜାଣିଛନ୍ତି ।

ନେତାମାନେ ଖୋଲା ହୃଦୟରେ ସହାୟତା କରିବେ ବୋଲି କେନ୍ଦ୍ରୀୟ ନେତା ପ୍ରତିଶ୍ରୁତି ଦେଇଛନ୍ତି । ଦିଲ୍ଲୀ ଗସ୍ତ ସଫଳ ହୋଇଛି । କେନ୍ଦ୍ର ନେତୃତ୍ୱ ସିରିୟସ୍ ଅଛନ୍ତି । କର୍ଣ୍ଣାଟକ ନିର୍ବାଚନରେ ବ୍ୟସ୍ତତା କାରଣରୁ ଜେ. ପି. ନଡ୍ଡାଙ୍କ ସହ ଭେଟ ହୋଇନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନ ପାଇଁ ପ୍ଲାନ ଅଛି । କେନ୍ଦ୍ରରେ ପୁଣି ବିଜେପି ସରକାର କରିବ । ଓଡ଼ିଶାରେ ବି ସରକାର ପରିବର୍ତ୍ତନ ହେବ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଲକ୍ଷ୍ୟ ।

୫୧ ପ୍ରତିଶତରୁ ଅଧିକ ଭୋଟ ପାଇଁ ଟାର୍ଗେଟ ରହିଛି । ପର୍ମିଟେସନ୍ ଆଉ କମ୍ବିନେସନର ଆବଶ୍ୟକତା ନାହିଁ । ୫୧ ପ୍ରତିଶତରୁ ଅଧିକ ଭୋଟ ମିଳିଲେ ସରକାର ହୋଇଯିବ । ବିଜେପିକୁ କ୍ଷମତାରୁ ରୋକିବା ପାଇଁ ବିଜେଡ଼ି ଅପପ୍ରଚାର କରୁଛି । ଆଜି ସଂସଦୀୟ ବୋର୍ଡ ବୈଠକ ବସୁଛି । ଦିନେ ଦୁଇ ଦିନ ଭିତରେ ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ