Masthead

ଦିଲ୍ଲୀରୁ ଫେରିଲେ ମନମୋହନ, ଫେରିଲା ଡବଲ ଇଞ୍ଜିନ ନାରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପି ବେଶ୍ ଖୁସ୍ । ନୂଆ ରାଜ୍ୟ ସଭାପତି ସାଙ୍ଗକୁ କେନ୍ଦ୍ରୀୟ ନେତାଙ୍କ ଗୁରୁମନ୍ତ୍ର ଦଳୀୟ ନେତାଙ୍କୁ କରିଛି ଉତ୍ସାହିତ । ଲକ୍ଷ୍ୟ ୨୦୨୪ ନିର୍ବାଚନ । ତେଣେ ବିଜେଡି କହିଛି କିଛି ଫରକ ପଡିବନି । ଆଉ କଂଗ୍ରେସ କହିଛି କିଛି ଲାଭ ହେବନି । ଓଡ଼ିଶା ବିଜେପି ଖୁବ୍ ଉତ୍ସାହିତ । ଦିଲ୍ଲୀରୁ ଫେରି ରାଜ୍ୟରେ ସରକାର ଗଢ଼ିବା ନେଇ ଆହ୍ୱାନ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । କହିଛନ୍ତି କେନ୍ଦ୍ର ନେତୃତ୍ୱ ସିରିୟସ୍ ଅଛନ୍ତି । ଓଡ଼ିଶାରେ ସରକାର କରିବା ପାଇଁ ସହଯୋଗ ଦେବେ ବୋଲି କେନ୍ଦ୍ରୀୟ ନେତାମାନେ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରରେ ପୁଣି ବିଜେପି ସରକାର କରିବ ।

ରାଜ୍ୟରେ ଡବଲ ଇଞ୍ଜିନ ସରକାର ଲକ୍ଷ୍ୟ । ୫୧ ପ୍ରତିଶତରୁ ଅଧିକ ଭୋଟ ପାଇଁ ଟାର୍ଗେଟ ରହିଛି । ୫୧ ପ୍ରତିଶତରୁ ଅଧିକ ଭୋଟ ମିଳିଲେ ସରକାର ହୋଇଯିବ । ବିଜେପିକୁ କ୍ଷମତାରୁ ରୋକିବା ପାଇଁ ବିଜେଡି ଅପପ୍ରଚାର କରୁଛି । ବିଜେଡି କହିଛି କିଛି ଫରକ ପଡିବ ନାହିଁ । ୨୦୨୪ ରେ ଦଳର ଭୋଟ ପ୍ରତିଶତ ବଢିବ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଓଡ଼ିଶାବାସୀଙ୍କର ଭରସା ଅଛି । ପଞ୍ଚମ ଥର ଶାସନ କ୍ଷମତା ଦେଇଛନ୍ତି । ପ୍ରତିଥର ଅଧିକ ଭୋଟ ଦେଉଛନ୍ତି। ଷଷ୍ଠ ଥର ଭୋଟ ପ୍ରତିଶତ ଆହୁରି ବଢିବ। ସେପଟେ କଂଗ୍ରେସ କହିଛି ଆମେ ୯ରୁ ୯୦ ମିଶନରେ କାର୍ଯ୍ୟ କରୁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ