Masthead

ଫିଲ୍ମ କରିବାକୁ ମନା କରିଥିଲେ ମନୋଜ ଜବାବ ଦେଲେ ସନଲିସା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସନଲିସା ବନାମ ମନୋଜ ମିଶ୍ର । ମନୋଜ ମିଶ୍ର ହେଉଛନ୍ତି ମାଇଣ୍ଡଗେମ ଚଳଚ୍ଚିତ୍ରର କଳାକାର, ସନଲିସା ହେଉଛନ୍ତି ପ୍ରଥା ଫିଲ୍ମର ପ୍ରଡ୍ୟୁସର । ଉଭୟଙ୍କ ଭିତରେ ଲଢେଇ ଦେଖିବାକୁ ମିଳିଛି କଥା ଏଭଳି ହୋଇଛି ସନଲିସା ଯିଏ ପଶ୍ଚିମ ଓଡ଼ିଶାର ଝିଅ ତାଙ୍କ ଫିଲ୍ମର ପୋଷ୍ଟର ପଶ୍ଚିମ ଓଡ଼ିଶାରେ ଚିରା ଯାଇଛି । ଆଉ ମନୋଜ ମିଶ୍ର ପ୍ରରୋଚନାରେ ବୋଲି ଅଭିଯୋଗ କରି ସେ ଥାନାକୁ ଯାଇଛନ୍ତି । ଯେତେବେଳେ ବଡ଼ ଖବରରେ ଉଭୟ ମୁହାଁମୁହିଁ ହେଲେ ମନୋଜ ମିଶ୍ର କହିଲେ ସନଲିସା ମୋତେ ପ୍ରଥା ଫିଲ୍ମରେ କାମ କରିବାକୁ ଅଫର ଦେଇଥିଲେ ।

କିନ୍ତୁ ମୁଁ ମନା କରିଦେଲି । କାରଣ ମୁଁ ସେଭଳି ନ୍ୟାସନାଲ ଲେବଲର ଫିଲ୍ମ ନହେଲେ କାମ କରେନି ବୋଲି ନିଷ୍ପତ୍ତି ନେଇଛି । ଆଉ ପ୍ରଥା ଟ୍ରେଲର ଦେଖି ଲାଗିଲା ନାହିଁ, ୟେ ଗୋଟେ ସେହି ଲେବଲର ଫିଲ୍ମ ବୋଲି । ଆଉ ଯାହାର ଜବାବ ଦେଇଛନ୍ତି ସନଲିସା । ସେ କହିଛନ୍ତି ମୋ ଫିଲ୍ମ ଟ୍ରେଲର ଦେଖି ସେ ଜାଣି ନେଲେ, ତାଙ୍କ ଫିଲ୍ମ ତ ବହୁତ ବଡ଼ । ଯାହା କେବଳ ଓଡ଼ିଶା ନୁହେଁ ବଲିଉଡ ଆଉ ବାହାର ବିଦେଶ କୋଉ କୋଉ ଲ୍ୟାଣ୍ଡରେ ସବୁଠି ରିଲିଜ ହେଉଛି । ଏଭଳି କହି କଡ଼ା ଜବାବ ଦେଲେ ସନଲିସା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ