Masthead

ଖାସି ପାଇଁ ଭାଙ୍ଗିଗଲା ବାହାଘର

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଖାସି ପାଇଁ ଭାଙ୍ଗିଗଲା ବାହାଘର । ବରଯାତ୍ରୀଙ୍କୁ ଖାସି ମାଂସ ନଦେବାରୁ ଫେରିଗଲା ବର । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ମାନତିରା ଗାଁ ରେ । ଏହି ଗାଁ ର ଜୈନିକ ବ୍ୟକ୍ତିଙ୍କ ଝିଅ ବାହାଘର କେନ୍ଦୁଝର ଜିଲ୍ଲା ରେବେଣା ପଳାଶ ପାଳ ଠାରେ ଠିକ୍ ହୋଇଥିଲା । କରୋନା କଟକଣାକୁ ମାନି କମ ଲୋକରେ ବାହାଘର କରିବାକୁ କନ୍ୟ ପିତା ସମସ୍ତ ପ୍ରସ୍ତୁତି କରି ସାରିଥିଲେ ।

ଘରେ ବନ୍ଧୁ ବାନ୍ଧବ ଠାରୁ ଆରମ୍ଭ କରି ସାହିଭାଇ ସମସ୍ତେ ଉପସ୍ଥିତ ଥିଲେ । ମାତ୍ର କିଛି ସମୟରେ ଝିଅ ମଥାରେ ସିନ୍ଦୂର ଦେଇ ସାତ ଜନ୍ମର ସାଥି କରିଥାନ୍ତା ବର ହୋଇ ଆସିଥିବା ପୁଅ । କିନ୍ତୁ ବାରଯାତ୍ରୀଙ୍କ ପାଇଁ ଖାଇବାକୁ ଖାସି ମାଂସ ହେଇନଥିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ପରେ ଏହାକୁ କେନ୍ଦ୍ର କରି ବର ବେଦିରୁ ଉଠି ପଳେଇଥିଲେ । ଯାହାକୁ ନେଇ ଏବେ ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା