Masthead

ମିଳିଲା ନଦୀରେ ଖସିପଡିଥିବା ମରଶରୀର

କଣାସ(ବଡ଼ ଖବର ବ୍ୟୁରୋ): କଲେଜ ଯିବା ବାଟରେ ଅଘଟଣ । ନଦୀରେ ପଡି ଜଣେ ଛାତ୍ରୀ ମୃତ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଣାସ ଥାନା ଗଡବଡପୁଟ ଗ୍ରାମରେ । ସେହି ଗ୍ରାମର +୩ ଛାତ୍ରୀ ଗାଁ ନିକଟରେ ଥିବା ମନ୍ଦାରବସ୍ଥ ବିଦ୍ୟୁତ୍ ମହାବିଦ୍ୟାଳୟକୁ ଯାଉଥିବାବେଳେ ରାଜୁଆ ନଦୀର ବ୍ରୀଜି ଉପରୁ ଗତକାଲି ଖସିପଡିଥିଲେ ।

ଖବରପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନି ଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଞ୍ଚିଥିଲେ । ଦୀର୍ଘ ୩୮ ଘଣ୍ଟା ପରେ କଣାସର ଚିଲିକା ନିକଟ ହରିପୁରୁ ଗ୍ରାମର କିଛି ଯୁବକ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ପରେ ଶବକୁ ହରିପୁରୁ ଗ୍ରାମର କୂଳକୁ ଆଣିଥିଲେ ।

ଖବର ପାଇ ଗଡ଼ିଶାଗୋଦା ପୋଲିସ ପହଁଚି ଶବକୁ ଜବତ କରିବା ସହିତ କଣାସ ଥାନାକୁ ଜଣାଇଥିଲେ । କଣାସ ପୋଲିସ ଜାଣିବା ପରେ ଛାତ୍ରୀଙ୍କ ପରିବାରକୁ ଖବର ଦେଇଥିଲେ । ଖବର ପାଇ ଝିଅର ବାପା ହରିପୁର ଗ୍ରାମରେ ପହଁଚି ଶବ ଚିହ୍ନଟ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ