Masthead

ଝିଅମାନଙ୍କ ପାଇଁ ଖୁସି ଖବର

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ): ଶତ୍ରୁ କବଳରୁ ଦେଶକୁ ରକ୍ଷା କରିବା ପାଇଁ ଯୁବକମାନଙ୍କ ଭଳି ଯୁବତୀମାନେ ମଧ୍ୟ ଆଗେଇ ଆସୁଛନ୍ତି । ତେବେ ସେନାବାହିନୀରେ ଭର୍ତ୍ତି ହେବା ପାଇଁ ଦରକାର ପ୍ରଶିକ୍ଷଣ । ଗୁଜୁରାଟର ବାଲାଚିରେ ଥିବା ସୈନିକ ସ୍କୁଲରେ ଏବେ ଝିଅମାନେ ପ୍ରଶିକ୍ଷଣ ନେଇ ପାରିବେ ବୋଲି ସରକାର ଘୋଷଣା କରିଛନ୍ତି ।  ଇାଲାଚି ସୈନିକ ସ୍କୁଲ ପ୍ରତିଷ୍ଠା ହେବାର ୬୦ ବର୍ଷ ବିତିଗଲାଣି । ମାତ୍ର ଏହି ଶିକ୍ଷାନୁଷ୍ଠାନରେ ଝିଅମାନଙ୍କୁ ନାମଲେଖାଇବାର ସୁଯୋଗ ମିଳୁନଥିଲା । ୨୦୨୧ ଶିକ୍ଷାବର୍ଷରୁ ପ୍ରଥମେ ୧୦ଜଣ ଝିଅ ନାମଲେଖାଇବେ । ପରେ ଏହି ସଂଖ୍ୟା ବୃଦ୍ଧି କରାଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ସେ କହିଛନ୍ତି ଯେ ଏଠାରେ ୬ଷ୍ଠ ଶ୍ରେଣୀରୁ ହିଁ ନାମଲେଖା ହୋଇଥାଏ । ତେବେ ନୂଆ ନିଷ୍ପତ୍ତି ଅନୁସାରେ କେବଳ ଗୁଜୁରାଟର ଝିଅମାନଙ୍କ ପାଇଁ ଏଠାରେ ୬୭ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ।
ସମଗ୍ର ଦେଶରେ ୩୩ଟି ସୈନିକ ସ୍କୁଲ ଅଛି । ମାତ୍ର ଏଥିରେ ଝିଅମାନଙ୍କୁ ପାଠପଢିବାର ସୁଯୋଗ ନଥିଲା । ୨ବର୍ଷ ତଳେ ଦେଶର ୫ଟି ସ୍କୁଲରେ ଝିଅମାନେ ପଢି ପାରିବେ ବୋଲି ଅନୁମତି ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରାଳୟ । ସେହି ସ୍କୁଲଗୁଡିକ ହେଲା ଚନ୍ଦ୍ରପୁର (ମହାରାଷ୍ଟ୍ର), ବିଜପୁର (କର୍ଣ୍ଣାଟକ), କୋଡାଗୁ (କର୍ଣ୍ଣାଟକ), କାଲିକିରି (ଆନ୍ଧ୍ରପ୍ରଦେଶ) ଓ ଘୋରାଖାଲ (ଉତ୍ତରପ୍ରଦେଶ) ।
ଯେଉଁ ଝିଅମାନେ ସାମରିକ ଅଧିକାରୀ ଭାବରେ ଦେଶସେବା କରିବାର ସ୍ୱପ୍ନ ଦେଖୁଛନ୍ତି,, ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି ପରେ ସୈନିକ ସ୍କୁଲରେ ନାମଲେଖାଇ ସେମାନଙ୍କ ସ୍ୱପ୍ନକୁ ସାକାର କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ