Masthead

କରୋନା ଛଡେଇ ନେଲା ବେଉସା

କଟକ,(ବଡ଼ ଖବର ବ୍ୟୁରୋ): ଦୁର୍ଦିନରେ କଳାକାର । କରୋନା କଟକଣାରୁ ୮ମାସ ହେବ ରୋଜଗାର ହରାଇ ହାତଯୋଡି ବସିଛନ୍ତି ବିଭିନ୍ନ ମେଲୋଡି ପାର୍ଟିର କଳାକର । ପ୍ରତିବର୍ଷ ପାର୍ବଣରେ ବିଭିନ୍ନ୍ ପୂଜା କମିଟି ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୁଏ । କଳାକାରମାନେ ସଙ୍ଗୀତ ପରିବେଷଣ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ । ସେଥିରେ ଚଳୁଥିଲା ସେମାନଙ୍କ ସଂସାର । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଦୁର୍ଗାପୂଜା ପାଳିତ ହୋଇଥିବାରୁ ମେଲୋଡି କାର୍ଯ୍ୟକ୍ରମରେ ମଧ୍ୟ ରୋକ୍ ଲଗାଯାଇଛି । ଫଳରେ କଟକ ସହରର ୫୦ରୁ ଅଧିକ ମେଲୋଡି ପାର୍ଟି ଏବେ ରୋଜଗାର ହରାଇଛନ୍ତି ।

ପ୍ରତିବର୍ଷ ଦୁର୍ଗାପୂଜା ସମୟରେ କଟକ ଭୁବନେଶ୍ୱରର ବିଭିନ୍ନ୍ ପୂଜା ମଣ୍ଡପରେ ମେଲୋଡି ପରିବେଷଣ କରିଥାନ୍ତି ଏହି କଳାକାରମାନେ । ଏପରିକି ଗୋଯିଏ ଗୋଯିଏ ଦିନରେ ଏକାଧିକ ମଣ୍ଡପରେ ଏମାନେ ସଂଗୀତ ପରିବେଷଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି । କେବଳ ମେଲୋଡି ପାର୍ଟି ନୁହେଁ ବ୍ୟାଣ୍ଡ ପାର୍ଟି, ଲାଇଟ, ସାଉଣ୍ଡ, ଟେଣ୍ଟବ୍ୟବସାୟ ପୂରା ଠପ୍ ହୋଇ ପଡ଼ିଛି । ପାର୍ବଣ ଋତୁ ଏମାନଙ୍କ ପାଇଁ ବଡ଼ ବ୍ୟବସାୟର ମାଧ୍ୟମ ଥିଲା । କିନ୍ତୁ କରୋନା କାରଣରୁ ଏମାନେ ଏବେ ଦୁର୍ଦିନରେ ଦିନ କାଟୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ