Masthead

ମୟୁରଭଞ୍ଜରେ ଖସୁଛି ପାରଦ

ମୟୁରଭଞ୍ଜ(ବଡ଼ ଖବର ବୁରୋ): ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ହାଡଭଙ୍ଗା ଶୀତ । ଶୀତ ଲହରୀ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ବାରିପଦା ସମେତ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ପାରଦ ତଳକୁ ଖସିବାରେ ଲାଗିଛି । ସକାଳୁ ଶୀତର ପ୍ରକୋପ ବହୁ ମାତ୍ରରେ ଅନୁଭୂତ ହେଉଛି । ସୂର୍ଯ୍ୟକିରଣ ଟାଣ ନହେବା ଯାଏଁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଗତ ଦୁଇ ତିନିଦିନ ହେବ ଥଣ୍ଡାର ପ୍ରକୋପ ବଢିଛି । ଶୁକ୍ରବାର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ଥିବା ବେଳେ ରବିବାର ଏହା ୮.୫କୁ ଖସି ଆସିଛି । ଦୁଇଦିନ ହେବ ସକାଳେ ଉତ୍ତର ଦିଗରୁ ଶୀତୁଆ ପବନ ବୋହୁଛି । ସନ୍ଧ୍ୟା ଓ ସକାଳ ସମୟରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । ବୟସ୍କ ଓ ଛୋଟପିଲାମାନେ ନିଆଁଜାଳି ଶରୀରକୁ ଉଷୁମ କରୁଥିବା ଦେଖିବାକୁ ମିଳିଛି । ବଜାରରେ ଜ୍ୟାକେଟ, କମ୍ବଳ, ଚଦର ଆଦି ଗରମ ପୋଷାକର ବିକ୍ରି ବୃଦ୍ଧି ପାଇଛି । ସକାଳୁ ସକାଳୁ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁହୁଡି ପଡୁଥବା ଦେଖିବାକୁ ମିଳିଛି । ଶୀତ ସହ କୁହୁଡି ଆଗାମୀ କିଛି ଦିନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ