Masthead

ଏଣିକି ଫେସବୁକର ନୂଆ ନାଁ ମେଟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଫେସବୁକ କମ୍ପାନୀର ନାଁ ବଦଳିଲା । ଏବେ ଫେସବୁକ ନିଜ କମ୍ପାନୀର ନାଁ ବଦଳାଇ ମେଟା କରିଛି । ଗତ କିଛିଦିନ ଧରି ଫେସବୁକ ନୂଆ ନାଁ ସହ ରିବ୍ରାଣ୍ଡ୍ କରିବ ବୋଲି ରିପୋର୍ଟ ଆସୁଥିଲା । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟାଭର୍ସ କରିବା ପାଇଁ ଫୋକସ କରୁଛି । ଏନେଇ ଗତକାଲି ଫେସବୁକ ମୁଖ୍ୟ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି ।

କମ୍ପାନୀର ନାଁ ବଦୁଳିଥିଲେ ମଧ୍ୟ ଫେସବୁକ ସହ ଜଡ଼ିତ ସୋସିଆଲ ମିଡ଼ିଆ ଗୁଡ଼ିକର ନାଁ ଅପରିବର୍ତ୍ତିତ ରହିବ । ଯେପରିକି ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାର୍ଟଆପର ନାଁ ବଦଳିବ ନାହିଁ । ଯାହା ମୂଳତଃ ଏକ ଅନଲାଇନ ଦୁନିଆ, ଯେଉଁଥିରେ ୟୁଜର ଭର୍ଚ୍ୟୁଆଲ ପରିବେଶରେ ଭିନ୍ନ ଭିନ୍ନ ଟୁଲ୍ସର ବ୍ୟବହାର କରିପାରିବେ । ଫେସବୁକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଥିଲେ ଯେ, କମ୍ପାନୀ କେବଳ ଏକ ସୋସିଆଲ ମିଡିଆ କମ୍ପାନୀରୁ ଆଗକୁ ବଢି ମେଟାଭର୍ସ କମ୍ପାନୀ ହେବ ।

ଏହା ଆମ୍ବାଇଟେଡ୍ ଇଣ୍ଟରନେଟ୍ ଉପରେ କାମ କରିବ । ଯେଉଁଥିରେ ଭର୍ଚ୍ୟୁଆଲ ଦୁନିଆରେ ପରସ୍ପର ସହ ଅଧିକ ଭଲ ଭାବେ ଯୋଡି ହୋଇପାରିବେ । କମ୍ପାନୀର ପୂର୍ବତନ ସିଭିକ୍ ଇଣ୍ଟିଗ୍ରିଟି ଚିଫ୍ ସମୀଥ ଚକ୍ରବର୍ତ୍ତୀ କମ୍ପାନୀକୁ ମେଟା ନାଁ ପ୍ରସ୍ତାବ ଦେଇଥିଲେ । ଏହାପୂର୍ବରୁ କମ୍ପାନୀ ୨୦୦୫ରେ କିଛି ଏପ୍ରକାର କରିଥିଲା । ସେତେବେଳେ କମ୍ପାନୀର ନାଁ ଦି ଫେସବୁକ ବଦଳାଇ ଫେସବୁକ କରାଯାଇଥିଲା । ସାରା ବିଶ୍ୱରେ ଫେସବୁକ ୩୦୦ କୋଟିରୁ ଅଧିକ ୟୁଜର ବ୍ୟବହାର କରିଥାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର