Before Header

ଭିଜିଲାନ୍ସ ଜାଲରେ କୋଟିପତି ଡ୍ରାଇଭର

0 325

ଧର୍ମଗଡ଼(ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପୂର୍ବତନ ଇନ୍ଦ୍ରାବତି ପଷ୍ଠଳୂ ନିର୍ବାହୀ ଜନ୍ତ୍ରୀଙ୍କ ଡ଼୍ରାଇଭର ରମେଶଚନ୍ଦ୍ର ପଣ୍ଡାଙ୍କ ଘରେ ଚଢାଉ । ଆର୍ୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଧର୍ମଗଡ଼ ସ୍ଥିତ ବାସଭବନ ଓ ତାଙ୍କ ଲଜ୍ ଓ ଦୀନବନ୍ଧୁ ଭବନରେ ଏକକାଳୀନ ଭାବେ ଚଢାଉ ଜାରି ରହିଛି । ମାଲକାନଗିରି ଡ଼ିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଭିଜିଲାନ୍ସର ୪ଟି ଟିମ ଏକାଳୀନ ଚଢାଉ ଜାରି ରହିଛି । ସୁନାଗହଣା, ଜମି କାଗଜପତ୍ର, ବୀମା କାଗଜପତ୍ର ଏବଂ ଏଟିଏମ ଆଦି ଜବତ କରାଯାଇଛି । ଏହି ଚଢାଉରେ ଭିଜିଲାନ୍ସ ବିଭାଗର ମାଲକାନଗିରି ଡ଼ିଏସପି ସୁଶାନ୍ତ କୁମାର ବିଶ୍ୱାଳ ଓ ନବରଙ୍ଗପୁର ଇନ୍ସପେକ୍ଟର କଳାବତି ବାଗଙ୍କ ନେତୃତ୍ୱରେ ଚଢାଉ ଜାରି ରହିଥିବାବେଳେ ସମ୍ପତ୍ତି ଆହୁରି ବଢିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.