Masthead

ନାବାଳକ ଛାତ୍ରକୁ ଗଳାକାଟି ହତ୍ୟା

ସାଲେପୁର (ବଡ଼ ଖବର ବ୍ୟୁରୋ): ବିଭତ୍ସ, ହୃଦୟବିଦାରକ । ନାବାଳକ ଛାତ୍ରକୁ ଗଳାକାଟି ହତ୍ୟା । ପରିବାର ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ। ଏଭଳି ଅମାନୁଷିକ ବିଭତ୍ସ ହତ୍ୟା ହୋଇଛି କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନସ୍ଥ ପୂର୍ବକଛ ଗ୍ରାମରେ । ମୃତକ ହେଲେ ଜ୍ୟୋତି ପ୍ରକାଶ ବେହେରା । ପୂର୍ବକଛ ଥୋରିଆ ସାହିର ଜଗନ୍ନାଥ ବେହେରାଙ୍କ ପୁତ୍ର ଜ୍ୟୋତି ଗତକାଲି ଠାରୁ ନିଖୋଜ ଥିଲେ ।

ଆଜି ସକାଳେ ଗାଁ ଲୋକେ ଧାନ କାଟିବାକୁ ଯାଉଥିବା ସମୟରେ ଜ୍ୟୋତି ପ୍ରକାଶଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଜ୍ୟୋତି ସପ୍ତମ ଶ୍ରେଣୀ ରେ ଛାତ୍ର ଅଟନ୍ତି । ଗତ କାଲିଠାରୁ ଜ୍ୟୋତି ନିଖୋଜ ଥିଲେ । ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଡକାଇଥିବା ପୋଲିସ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ