Masthead

କମାଣ୍ଡ ସେଣ୍ଟର ଧ୍ୱଂସ କଲା ଇସ୍ରାଏଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୧୭ ଦିନରେ ପହଞ୍ଚିଲାଣି ଇସ୍ରାଏଲ ହମାସ ଯୁଦ୍ଧ । କିଛି ଦିନ ତଳେ ଗାଜାରେ ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ ହୋଇଥିବାବେଳେ ଏବେ ବିମାନ ଦ୍ୱାରା ଆକ୍ରମଣ କରି ଇସ୍ରାଏଲର ୱେଷ୍ଟ୍ ବ୍ୟାଙ୍କ୍ ଅଞ୍ଚଳରେ ଥିବା ଅଲ୍-ଅନ୍ସାର୍’ ମସଜିଦ୍ ତଳେ ଥିବା ହମାସ୍ କମାଣ୍ଡ୍ ସେଣ୍ଟରକୁ ଧ୍ବଂସ କରାଯାଇଛି । ଇସ୍ରାଏଲ୍ ସେନା କହିବା ଅନୁସାରେ ଆତଙ୍କବାଦୀ ଆକ୍ରମଣ ନିମନ୍ତେ ଯୋଜନା କରି ତାହାକୁ କାର୍ଯ୍ୟକାରୀ କରିବା ଲାଗି ହମାସ୍ ଓ ପାଲେଷ୍ଟିନୀୟ ଇସ୍ଲାମିକ୍ ଜିହାଦ୍ ମସ୍ଜିଦ୍ ତଳେ ଥିବା କେନ୍ଦ୍ରକୁ ବ୍ୟବହାର କରୁଥିଲେ।

ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ୨୦୨୩ ଜୁଲାଇରୁ ଏହି ମସଜିଦକୁ ଆଡ୍ଡା ରୂପେ ବ୍ୟବହାର କରାଯାଉଥିଲା । ଅଲ୍-ଅନ୍ସାର୍ ମସଜିଦରେ ଗୋଟାଏ ବିରାଟ ଭୂତଳ ଭିତ୍ତିଭୂମି ଠାବ କରାଯାଇଛି । ସେଠାରେ ବ୍ୟାପକ ଅସ୍ତ୍ରଶସ୍ତ୍ର ମଧ୍ୟ ଗଚ୍ଛିତ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ