Masthead

ସମୁଦ୍ରର ୬ହଜାର ମିଟର ତଳକୁ ଯିବେ ୩ ବୈଜ୍ଞାନିକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମିଶନ୍ ମୁନ୍, ମିଶନ୍ ସନ୍ ପରେ ଏବେ ମିଶନ୍ ମହାସାଗର । ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ପାତାଳ ଉପରେ ଭାରତର ନଜର । ପାତାଳକୁ ଯିବ ‘ସମୁଦ୍ରଯାନ’ । ପାତାଳର ରହସ୍ୟ ବାହାର କରିବା ପାଇଁ ଭାରତ ଆରମ୍ଭ କରିବ ପ୍ରକଳ୍ପ ସମୁଦ୍ରଯାନ । କେନ୍ଦ୍ରୀୟ ପୃଥିବୀ ମନ୍ତ୍ରଣାଳୟ ସମୁଦ୍ରାୟନ ମିଶନ ଆରମ୍ଭ କରାଯାଉଛି । ମିଶନ୍ ମହାସାଗରରେ ଗଭୀର ସମୁଦ୍ରକୁ ପଠାଯିବ ବୁଡ଼ା ଜାହାଜ । ପାତାଳର ବିଭିନ୍ନ ରହସ୍ୟ ଉପରୁ ପରଦା ହଟାଇବ ଭାରତ ।

ଏଥିପାଇଁ ୬ହଜାର ବୁଡ଼ା ଜାହାଜ ପ୍ରସ୍ତୁତ କରୁଛି ଭାରତ । ସମୁଦ୍ରର ରହସ୍ୟ ଜାଣିବା ପାଇଁ କରାଯାଉଛି ଏହି ମିଶନ୍ । ଅବଶ୍ୟ ୨୦୨୧ରେ ଭାରତ ସମୁଦ୍ରଯାନ ମିଶନ୍ ଆରମ୍ଭ କରିଥିଲା । କିନ୍ତୁ ଏବେ ଯେଉଁ ମିଶନ୍ କରାଯାଉଛି ଏହା ତାହାଠାରୁ ବି ବଡ଼ । ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ମିଶନର ସମସ୍ତ କାର୍ଯ୍ୟ ଶେଷ କରାଯିବ । ଏବଂ ୨୦୨୬ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ଆଶା କରାଯାଉଛି । ଏହି ମିଶନ୍ର ନାଁ ରଖାଯାଇଛି ‘ସମୁଦ୍ରଯାନ’ । ଏହି ମିଶନରେ ୩ ବୈଜ୍ଞାନିକଙ୍କୁ ସମୁଦ୍ରର ୬ହଜାର ମିଟର ତଳକୁ ପଠାଯିବ । ଭାରତ ଦ୍ୱାରା ପ୍ରସ୍ତୁତ ମାନବ ବୁଡ଼ା ଜାହାଜ ମାଧ୍ୟମରେ ବୈଜ୍ଞାନିକଙ୍କୁ ସିଧା ପାତାଳକୁ ପଠାଯିବ । ବୈଜ୍ଞାନିକମାନେ ପାତାଳକୁ ଯାଇ ଏହାର ରହସ୍ୟ ଉପରୁ ପରଦା ହଟାଇବେ ।

ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ଏହା ହେଉଛି ଭାରତର ପ୍ରଥମ ମାନବ ମହାସାଗର ମିଶନ । ଏହି ମିଶନ ଦ୍ୱାରା ଗଭୀର ସମୁଦ୍ର ଭିତରେ ଥିବା ଅପରିଷ୍କାର ଉପାଦାନ, ଖଣିଜ ପଦାର୍ଥ ଏବଂ ଜୈବ ବିବିଧତା ଉପରେ ଅଧ୍ୟୟନ କରାଯିବ । ‘ମିଶନ ମହାସାଗର’ରେ ଖର୍ଚ୍ଚ ହେବ ୪ହଜାର ୭୭ କୋଟି ଟଙ୍କା । ୨୦୨୧ରେ ମହାସାଗର ମିଶନ ସମୁଦ୍ରଯାନର ଶୁଭାରମ୍ଭ କରିଥିଲା ଭାରତ । ଆମେରିକା, ଋଷ, ଜାପାନ, ଚୀନ ଏବଂ ପ୍ରାନ୍ସ ଭଳି ଦେଶ ସହିତ ସାମିଲ ହୋଇ ସାରିଛି ଭାରତ । ଏବେ କିନ୍ତୁ ମେଗା ମହାସାଗର’ମିଶନ ସମୁଦ୍ରଯାନ’ ପାଇଁ ପ୍ରସ୍ତୁତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବିମାନକୁ ବୋମା ଧମକ, ଫେରିଗଲା ଜର୍ମାନୀ ଫ୍ଲାଇଟ୍ 🔴 ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ୩ ଆହତ 🔴 ଆଜି ଫୁଲୁରି ତେଲ ଲାଗି 🔴 ୬ ଜିଲ୍ଲାରେ ବିଜୁଳି ସହ ପ୍ରବଳ ଝଡ଼ବର୍ଷା 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବିମାନକୁ ବୋମା ଧମକ, ଫେରିଗଲା ଜର୍ମାନୀ ଫ୍ଲାଇଟ୍ 🔴 ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ୩ ଆହତ 🔴 ଆଜି ଫୁଲୁରି ତେଲ ଲାଗି 🔴 ୬ ଜିଲ୍ଲାରେ ବିଜୁଳି ସହ ପ୍ରବଳ ଝଡ଼ବର୍ଷା 🔴 ବ୍ୟାପିଗଲାଣି ଡାଇରିଆ, ଅଚିନ୍ତାରେ ବିଭାଗ