Masthead

ବିଧାୟକ ଭାଙ୍ଗିଲେ କୋଭିଡ କଟକଣା

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): କରୋନା କଟକଣାକୁ ମାନିଲେନି ବିଧାୟକ । ସରକାରଙ୍କ ନିୟମକୁ ଭାଙ୍ଗିଲେ ଶାସକ ଦଳର ବିଧାୟକ । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ନିଜ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକିରେ ଏଭଳି ଭୋଜିର ଆୟୋଜନ କରିଥିଲେ ଯେ, ତାକୁ ଦେଖିଲେ କୋଭିଡ୍ ଆଉ ଯେପରି ନାହିଁ, ସେହିଭଳି ମନେ ହବ ।

ଖବର ଅନୁଯାୟୀ, ବାହାଘର , ବ୍ରତଘର, ଶୁଦ୍ଧଘରରେ ସରକାର ୨୦ ଲୋକଙ୍କୁ ଅନୁମତି ଦେଇଛନ୍ତି । ପୁଣି ଭୋଜି ଭାତ ପାଇଁ ସମ୍ପୂର୍ଣ୍ଣ ମନା କରାଯାଇଛି । କିନ୍ତୁ ଶହ ଶହ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିଥିଲେ ବିଧାୟକ । ସାଧାରଣ ଲୋକଙ୍କ କ୍ଷେତ୍ରରେ କଠୋର ହେଉଥିବା ପ୍ରଶାସନ ଏଠି ବିଧାୟକଙ୍କ ବେଳକୁ କେଉଁଠି ଥିଲେ ତାହା ବୁଝିହେଉନାହିଁ। ବିଧାୟକ କେବଳ ଯେ, ଭୋଜିଭାତର ଆୟୋଜନ କରିଥିଲେ ତାହା ନୁହେଁ , ଏକ ମେଗା ରକ୍ତଦାନ ଶିବିର ଏବଂ ଖୁଲମ୍ ଖୁଲା ଭଜନ ସମାରୋହର ମଧ୍ୟ ଆୟୋଜନା ହୋଇଥିଲା । ଜଣେ ବିଧାୟକଙ୍କ ଏଭଳି କୋଭିଡ୍ ନିୟମ ଉଲଂଘନ ଏବେ ସମସ୍ତ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ