Masthead

ମୁଁ ପ୍ରତାପ ଦେବଙ୍କ ପ୍ରଜା ନୁହେଁ: ସୌମ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଁ ପ୍ରତାପ ଦେବଙ୍କ ପ୍ରଜା ନୁହେଁ । ମୁଁ କାହିଁକି ଦଳ ଛାଡ଼ିବି? ତାଙ୍କର ଯଦି ନିଲମ୍ବନ କରିବାର ଅଛି କରନ୍ତୁ । ଚାକିରି ଛାଡନ୍ତୁ ରାଜନୀତି କରନ୍ତୁ। ତୃତୀୟ ମହଲାରୁ ଦଳ ଚାଲେନି । ମୁଷ୍ଟିମେୟ ଯଦି ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକମେଲ କରୁଛନ୍ତି ଆଉ ସେ ଅସହାୟ ନ ହୋଇ ମୁଁହ ଖୋଲନ୍ତୁ । ଏପରି କିଛି କହି ଗଣମାଧ୍ୟମ ଆଗରେ ପ୍ରତିକି୍ରୟା ଦେଇଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ବିଧାୟକ ଆହୁରି ମଧ୍ୟ କହିଛନ୍ତି ପ୍ରତାପ ଦେବଙ୍କୁ ଧନ୍ୟବାଦ ଦେବୀ ମୋ ଆଲେଖକୁ ନେଇ ସେ ଗଭୀର ଭାବେ ଚିନ୍ତା କରୁଛନ୍ତି । ସେ ମୋତେ ନିର୍ଦ୍ଦେଶ ଦେଇ ପାରିବେନି ଯେ ମୁଁ ସମ୍ପାଦକୀୟ ଲେଖିବି କି ଦଳରେ ରହିବି । ପ୍ରତାପ ଦେବ କଣ ଯାହା କହିବେ ତାହା ବେଦର ଗାର? ସେ ରଜାଘର ଲୋକ ସମସ୍ତଙ୍କୁ ପ୍ରଜା ବୋଲି ଭାବନ୍ତି । ମୁଁ ସେଭଳି ପ୍ରଜା କି ନାଗରିକ ନୁହେଁ । ମୁଁ ପ୍ରତାପ ଙ୍କ ଅସହାୟ ବୋଧ ଦେଖି କି ମୁଁ ଅତ୍ୟନ୍ତ ଦୁଃଖିତ । ଲଗାତାର ଭାବେ ବିଜେଡି ନେତାଙ୍କ ଦ୍ୱାରା କରାଯାଉଥିବା ଆରୋପରେ ମଧ୍ୟ ମୁହଁ ଖୋଲିଛନ୍ତି ସୌମ୍ୟ ।

 

ସେ କହିଛନ୍ତି ଦୁଇ ଦିନ ଧରି ବ୍ଲାକମେଲ ଶବ୍ଦକୁ ବାରମ୍ବାର ବ୍ୟବହାର କରାଯାଉଛି । ମୁଁ ବୁଝେ ବ୍ଲାକମେଲ ଶବ୍ଦର ଅର୍ଥ ହେଉଛି ଯାହାର କିଛି ଲୁଚେଇବାକୁ ଥିବ ବା ଡରିବାକୁ ଥିବ ବା ଦୁର୍ବଳତା ଥିବ ସେ ହିଁ ବ୍ଲାକମେଲ ହୁଏ । ମୁଁ ତ ଦଳର କି ସେ ବ୍ୟକ୍ତି ମାନଙ୍କର ତ କୌଣସି ଦୁର୍ବଳତା ଜାଣି ନାହିଁ ଯେଉଁଥିପାଇଁ ତାଙ୍କୁ ବ୍ଲାକମେଲ କରିବି । ପ୍ରତାପ ଦେବଙ୍କ ଆଟାକକୁ କାଉଂଟର କରି ବିଧାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରତାପ ଦେବ କହିଛନ୍ତି ମୁଁ ସମ୍ପାଦକୀୟ ଭାବେ ଦଳ ବିଷୟରେ ଲେଖି ଦଳର ଅନୁଶାସନ ଭାଙ୍ଗୁଛି । ମୁଁ ଦୁଇ ତିନୋଟି ବୃତ୍ତିରେ ରହିଛି । ସେଥିପାଇଁ ଏ ପ୍ରକାର ଦ୍ଵନ୍ଦ ହେବା ସ୍ଵଭାବିକ । କିନ୍ତୁ ମୁଁ ସମ୍ପାଦକୀୟରେ ଯେଉଁଟା ଲେଖୁଛି ସେଇଟା କେଉଁଠି ଦଳର ଅନୁଶାସନ ବିରୁଦ୍ଧରେ ଯାଉଛି ତାହା ମୁଁ ବୁଝି ପାରୁନି । ମୁଁ ଯାହା ଲେଖିଛି ତାହା ଦଳର ବୃହତ୍ତର ସ୍ୱାର୍ଥ ପାଇଁ ଲେଖିଛି । ଏହା ଦ୍ୱାରା ଦଳର କଲ୍ୟାଣ ହେବ ପଛେ ଅମଙ୍ଗଳ ହେବ ନାହିଁ । ଦଳ କାହାକୁ ଡ଼ରୁଛି ? ଦଳ କାହିଁକି ଡ଼ରୁଛି ? ଦଳ ଏତେ ବଳଶାଳୀ । ବିଜେପିକୁ ଆମେ ବି ପ୍ରତିଦ୍ବନ୍ଦି ବୋଲି ଭାବୁନୁ । ଲୋକଙ୍କ ଏତେ ଆର୍ଶୀବାଦ ପାଇବା ପରେ ବି କାହିଁକି ଆମେ ଏମିତି କରିବାକୁ ଯିବା ଯେ ଛୋଟ ଛୋଟ କଥା କୁ ନେଇ ଆମ ବିରୁଦ୍ଧରେ ଅଭିଯୋଗ ଆସିବ?

ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ହୋଇଗଲେଣି କି ଭିଡିଓ ବାର୍ତାରେ ଅସ୍ପଷ୍ଟ ଭାବେ କହିବେ ମୁ ପଠାଇଛି ସୁଖ ଦୁଃଖ ବୁଝିବା ପାଇଁ । ଏଇ ଶାସନକୁ ଆମେ ବିଶ୍ଵାସ କରିବାକି ? ଦଳର ଶୀର୍ଷ ନେତୃତ୍ୱଙ୍କୁ ପରାମର୍ଶ ଦେବାରେ କିଛି ଅସୁବିଧା ଅଛି କି ? ଦଳୀୟ ଫୋରମ ଅଛି କେଉଁଠି ସେଠି କହିବି ? ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଲେ ମୁଖ୍ୟମନ୍ତ୍ରୀ ଦେଉଛନ୍ତି କି ? ମୁଁ ସମୟ ମାଗିଛି କି ନାହିଁ ତାଙ୍କୁ ପଚାରନ୍ତୁ । ବିଜୁ ଜନତା ଦଳ କାହାର ପୈତୃକ ସମ୍ପତି ନୁହେଁ । ଗୋଟିଏ କଥା ସୂଚେଇ ଦେବାରେ ମୋର କଣ ପାପ ହୋଇଗଲା । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କାହିଁକି କମୁଛି ତାହା ଭାବିବା ଆମର କଣ କର୍ତ୍ତବ୍ୟ ନୁହେଁ ? ମୁଁ କାହିଁକି ଦଳ ଛାଡ଼ିବି ତାଙ୍କର ଯଦି ନିଲମ୍ବନ କରିବାର ଅଛି କରନ୍ତୁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’ 🔴 ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’ 🔴 ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି