Masthead

ନେତା ହରାଉଛନ୍ତି ନୈତିକତା: ବ୍ୟୋମକେଶ ବି ଅମାନିଆ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ନେତା ଭୁଲି ଯାଉଛନ୍ତି ନୈତିକତା । କୋଭିଡର ସଂକଟ କାଳରେ ଆମ ନେତାଙ୍କୁ ଘାରିଛି ଶକ୍ତି ପ୍ରଦର୍ଶନ ନିଶା । ଆଇନକାନୁନକୁ ମୋଡି ମକଚି ଦେଉଛନ୍ତି ମନ୍ତ୍ରୀ, ବିଧାୟକ । ସ୍ନେହାଙ୍ଗିନୀ, ବିକ୍ରମ ଆରୁଖଙ୍କ ପରେ ବିଜେଡିର ଆଉ ଏକ ବିଧାୟକ ବ୍ୟୋମକେଶ ରାୟ । କୋଭିଡ ନିୟମର ଉଲ୍ଲଂଘନ କରିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ରବିବାର ତିହିଡି ବ୍ଲକର ବାରସର ପଂଚାୟତରେ ଆୟୋଜିତ ହୋଇଥିଲା ବିଜୁ ଜନତା ଦଳର ମିଶ୍ରଣ ପର୍ବ । ଏଥିରେ ନିଜେ ବ୍ୟୋମକେଶ ଉପସ୍ଥିତ ଥିଲେ । ଶହ ଶହ ଲୋକଙ୍କୁ ଏକାଠି କରାଯାଇଥିଲା । ସାମାଜିକ ଦୂରତା ଭୁଲି ବୟସ୍କ, ଶିଶୁ, ମହିଳା ସମସ୍ତଙ୍କୁ ସାମିଲ କରାଯାଇଥିଲା । ଏଭଳି ସଭାସମିତି ଉପରେ କଟକଣା ଲାଗିଛି, ନିଜେ ମୁଖ୍ୟମନ୍ତ୍ରୀ ହାତଯୋଡି କୋଭିଡ ନିୟମ ମାନିବାକୁ ଅନୁରୋଧ କରୁଛନ୍ତି, କିନ୍ତୁ ତାଙ୍କରି ଦଳର ନେତାଙ୍କ ଆଚରଣ ଦେଖନ୍ତୁ । କିଭଳି ଖୁଲମଖୁଲ୍ଲା ସଭା, ସମାବେଶ କରାଯାଉଛି । କୋଭିଡର ଶୋକ ସମୟରେ ବାବୁ ବ୍ୟୋମକେଶଙ୍କ ମିଶ୍ରଣ ପର୍ବ ଚାଲିଛି । ପ୍ରଶାସନ ବି ଏହା ଉପରେ ରୋକ୍ ଲଗାଉ ନାହିଁ । ପ୍ରଶ୍ନ ଉଠୁଛି, କୋଭିଡ ନିୟମ ଉଲ୍ଲଂଘନ କରୁଥିବା ଏହି ନେତାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବା ନା ଏ ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ ? ଶାସକ ଦଳର ସଦସ୍ୟମାନେ କ’ଉ ଆଇନରୁ ଉପରେ? ମୁଖ୍ୟମନ୍ତ୍ରୀ କ’ଣ ନିଜ ଦଳର ନେତାଙ୍କ ଏଭଳି ବେଆଇନ କାର୍ଯ୍ୟ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇପାରିବେ ନାହିଁ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ