Masthead

ମାଟ୍ରିକରେ ବିଧାୟକଙ୍କ ମୋବାଇଲ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା । କିନ୍ତୁ ମୋଡି ମକଚି ଦେଲେ ସବୁ ନିୟମ । ୟେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । କିଛି ଦିନ ବାପାଙ୍କ ଶ୍ରାଦ୍ଧରେ କୋଭିଡ ନିୟମ ଭାଙ୍ଗି ଭୋଜି ଦେଇ ଚର୍ଚ୍ଚାରେ ଥିଲେ । ଏବେ ଚର୍ଚ୍ଚାରେ ମାଟ୍ରିକ ପରୀକ୍ଷା ପାଇଁ । ୪୯ ବର୍ଷ ବୟସରେ ବିଧାୟକ ପାଠ ପଢିବାକୁ ଚାହିଁଛନ୍ତି । ମାଟ୍ରିକ ପରୀକ୍ଷା ଦେବାକୁ ଚାହିଁଛନ୍ତି । ସେଥିପାଇଁ ପ୍ରଶଂସା ବି ପାଇଛନ୍ତି । ଅନ୍ୟ ଅସନ୍ତୁଷ୍ଟ ପରୀକ୍ଷାର୍ଥୀଙ୍କ ଭଳି ସେ ବି ସେଣ୍ଟର ଯାଇଥିଲେ ମାଟ୍ରିକ ପରୀକ୍ଷା ଦେବା ପାଇଁ । ଜଣେ ସମର୍ଥକ ତାଙ୍କୁ ବିନା ହେଲମେଟରେ ବାଇକରେ ବସାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସେଣ୍ଟରରେ ପହଞ୍ଚିଥିଲେ । ସେଣ୍ଟରରେ ପହଞ୍ଚିବା ପରେ ସବୁ ପରୀକ୍ଷାର୍ଥୀଙ୍କ ଭଳିି ବିଧାୟକଙ୍କ ମଧ୍ୟ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ହେଲେ ଦେଖନ୍ତୁ ସେ ସମୟର ଦୃଶ୍ୟକୁ । ବିଧାୟକଙ୍କ ହାତରେ ମୋବାଇଲ୍ ।

ମାଟ୍ରିକ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛାତ୍ରଛାତ୍ରୀଙ୍କୁ ମୋବାଇଲ ନେଇ ଯିବା ମନା । କିନ୍ତୁ ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପରୀକ୍ଷା ଦେବାକୁ ମୋବାଇଲ ନେଇ ଯାଉଛନ୍ତି । ମୋବାଇଲ ନେଇ ପରୀକ୍ଷା ଦେବାକୁ ଗଲେ, ପରେ ଅସୁସ୍ଥ ବି ଅନୁଭବ କଲେ । ତେଣୁ ତାଙ୍କୁ ଆଇସୋଲେସନ ସେଣ୍ଟର ମାନେ ଗୋଟିଏ ଅଲଗା ଶ୍ରେଣୀଗୃହରେ ବସି ପରୀକ୍ଷା ଦେବାକୁ ଅନୁମତି ମିଳିଲା । ଯାହା ପରିସ୍ଥିତି ସାମ୍ନାକୁ ଆସୁଛି, ଲାଗୁଛି ବିଧାୟକ ନିଶ୍ଚୟ ଭଲ ପର୍ସେଣ୍ଟଜରେ ପାସ୍ ହେବେ । ଏବେ ଆସିବା ବିଧାୟକଙ୍କ ପରୀକ୍ଷାର ଆଉ ଗୋଟିଏ ଦିଗକୁ । ୩ ଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯେବେ ୨୦୧୯ରେ ନାମାଙ୍କନ ଭରିଥିଲେ ସେତେବେଳେ ମାଟ୍ରିକ୍ ପାସ ବୋଲି ଦର୍ଶାଇଥିଲେ । କିନ୍ତୁ ୨୦୧୪ ବେଳକୁ ଏହାକୁ ନବମ ପାସ୍ ବୋଲି କହିଲେ । ସତ୍ୟପାଠରେ ଦୁଇଟା ଅଲଗା ଅଲଗା ତଥ୍ୟ ଦେଇଥିଲେ । ଏହାକୁ ନେଇ ବିରୋଧୀ ବିଧାୟକଙ୍କ ଉପରେ ପ୍ରଶ୍ନ ବି ଉଠାଇଥିଲେ । ଏବେ ବିଧାୟକ ମାଟ୍ରିକ ପରୀକ୍ଷା ଦେଉଛନ୍ତି, ଚର୍ଚ୍ଚାରେ ବି ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି