Masthead

ଜୁନ ୨୪ରେ ଜମ୍ମୁ-କାଶ୍ମୀରର ସର୍ବଦଳୀୟ ବୈଠକ ଡାକିଲେ ମୋଦି, ନେଇପାରନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜମ୍ମୁ କାଶ୍ମୀରକୁ ନେଇ ଏବେ ବଢ଼ିବାରେ ଲାଗିଛି ରାଜନୈତିକ ବୟାନବାଜି । କାଶ୍ମୀରରେ ବିଧାନସଭା ନିର୍ବାଚନ ହେବ କି ଅନ୍ୟ କିଛି ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଏହାକୁ ନେଇ ଏବେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । କାରଣ ଜୁନ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କାଶ୍ମୀରର ସମସ୍ତ ରାଜନୈତିକ ଦଳ ସହ ଏକ ବୈଠକ ଡାକିଛନ୍ତି । ତେବେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରେ। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜନୀତିକ ଦଳଙ୍କ ସହ ବୈଠକ ଡାକି ଥାଇ ପାରନ୍ତି। ୨୦୧୯ ମସିହା ଅଗଷ୍ଟ ମାସରେ କେନ୍ଦ୍ରର ମୋଦି ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ଦେଇଥିଲେ। ଏହାପରେ ଜମ୍ମୁ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି ସରକାର।

ସେବେଠାରୁ ଜମ୍ମୁ କଶ୍ମୀରରେ ବିଧାନସଭା କାର୍ୟ୍ୟକ୍ଷମ ହେଉ ନାହିଁ। ଅର୍ଥାତ୍ କୌଣସି ନିର୍ବାଚିତ ସରକାର ନାହାନ୍ତି। ଏବେ ଉପରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାର ସେଠାରେ ସରକାରୀ ସେବା ଚଳାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନେକ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କଠୁ ସୁରକ୍ଷା ସବୁଠାରୁ ବଡ଼ ପଦକ୍ଷେପ ହୋଇଥିବାରୁ ଏହି ବୈଠକରେ ର’ ଓ ଗୁଇନ୍ଦା ଅଧିକାରୀ ମଧ୍ୟ ଉପସ୍ଥିତ ରହିପାରନ୍ତି। କେନ୍ଦ୍ର ସରକାର ପିଡିପିର ମୁଖ୍ୟ ମେହବୁବା ମୁଫତି, ନ୍ୟାଶନାଲ କନଫରେନସର ଫାରୁକ ଅବଦୁଲ୍ଲା ଏବଂ ଜମ୍ମୁ କଶ୍ମୀରର ଅପନୀ ପାର୍ଟିର ମୁଖ୍ୟ ଅଲତାପ ବୁଖାରୀ ଏବଂ ପିପୁଲସ କନଫରେନ୍ସର ପ୍ରମୁଖ ଅଧିକାରୀ ସଜ୍ଜାଦ ଲୋନଙ୍କୁ ବୈଠକରେ ସାମିଲ୍ ହେବା ପାଇଁ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ