Masthead

ମିଲଖା ସିଂହଙ୍କୁ ମନେ ପକାଇଲେ ମୋଦୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଲଢ଼େଇରେ ଭ୍ୟାକ୍ସିନ ଏକମାତ୍ର ବିକଳ୍ପ । ସଂକ୍ରମଣରୁ ଦୂରେଇ ରହିବା ପାଇଁ ଟିକା ନେବାକୁ ପଛ ଘୁଞ୍ଚା ଦିଅନ୍ତୁ ନାହିଁ । ସମସ୍ତେ ଟିକା ନେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନିଜର ୭୮ତମ ମନ କି ବାତ କାର୍ଯ୍ୟକ୍ରମରେ କହିଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ଏହି ଟିକା ନେଇଛନ୍ତି ଏବଂ ତାଙ୍କ ମାଆ ମଧ୍ୟ ଟିକା ନେଇଥିବା ମନ କି ବାତରେ କହିଛନ୍ତି ମୋଦୀ । ସେହିଭଳି କରୋନା ଲଢ଼େଇରେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ । ଟିକା ନେବା ସହିତ ମାସ୍କ ପିନ୍ଧିବା ଏବଂ ଅନ୍ୟାନ୍ୟ ନିୟମକୁ ମାନିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ମୋଦୀ । କରୋନା ସଂକ୍ରମଣ ନାହିଁ ବୋଲି ଭ୍ରମରେ ନରହିବାକୁ ଦେଶବାସୀଙ୍କୁ ସଚେତନ କରିଛନ୍ତି ।

‘ମନ୍‌ କି ବାତ୍’ରେ ପ୍ରଧାନମନ୍ତ୍ରୀ ମୋଦୀ ଟୋକିଓ ଅଲିମ୍ପିକ୍ସ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ କ୍ରୀଡ଼ାବିତମାନଙ୍କୁ ଅଭିବାଦନ ଜଣାଇବା ସହ ଟୋକିଓ ଅଲିମ୍ପିକ୍ସ୍‌ରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଖେଳାଳିଙ୍କ ପାଇଁ ‘ଚିୟର୍‌ ଇଣ୍ଡିଆ’ ହାସଟ୍ୟାଗ୍‌ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ କହିଛନ୍ତି। ସ୍ବର୍ଗତ ମିଲ୍‌ଖା ସିଂହଙ୍କ କଥା ସ୍ମରଣ କରି ସେ କହିଛନ୍ତି, ଶ୍ରୀ ମିଲ୍ଖା ସିଂହ ଜୀଙ୍କ ସହ କରିଥିବା ଆଳାପକୁ ସବୁଦିନ ପାଇଁ ସଶ୍ରଦ୍ଧ ସ୍ମରଣ କରିବି। ଅଲିମ୍ପିକ୍‌ ପ୍ରସଙ୍ଗ ପଡ଼ିଲା ବେଳେ ଆମ ମିଲ୍‌ଖା ସିଂହଙ୍କୁ ମନେ ନ ପକାଇବା କେମିତି? ସେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସହ ଆଳାପ କରିବାର ସୁଯୋଗ ପାଇଥିଲି ।

ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଖେଳାଳିମାନଙ୍କୁ ପ୍ରେରଣା ଦେବା ନିମନ୍ତେ ତାଙ୍କୁ ଅନୁରୋଧ କରିଥିଲି । ଭାରତର ମହିଳା ହକି ଟିମର ସଦସ୍ୟ ନେହା ଗୋୟାଲଙ୍କ ମା ଓ ଭଗିନୀମାନେ ପରିବାର ଚଳାଇବା ଲାଗି ସାଇକେଲ୍‌ କାରଖାନାରେ କାମ କରୁଛନ୍ତି। ଦୀପିକା କୁମାରୀଙ୍କ ଯାତ୍ରା ମଧ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଟୋକିଓ ଅଲିମ୍ପିକ୍ସ୍‌ରେ ଭାରତର ପ୍ରତିନିଧିତ୍ବ କରୁଥିବା ଏକମାତ୍ର ମହିଳା ତୀରନ୍ଦାଜ୍ ହେଉଛନ୍ତି ଦୀପିକା । କରୋନା ସହ ଆମେ ଦେଶବାସୀ ଚଳାଇଥିବା ସଂଗ୍ରାମ ଚାଲୁ ରହିଛି। କିନ୍ତୁ, ଏହି ସମ୍ମିଳିତ ସଂଗ୍ରାମରେ ଆମେ ଅନେକ ଅସାଧାରଣ ସଫଳତା ହାସଲ କରିଛନ୍ତି।  ସେହିଭଳି ଜଳ ସଂରକ୍ଷଣକୁ ‘ଦେଶ ପ୍ରତି ସେବା’ ବୋଲି ବିବେଚନା କରାଯାଇ ପାରେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି