Masthead

କାଲି ଠାରୁ ପାଞ୍ଚଦିନିଆ ବିଦେଶ ଗସ୍ତରେ ରହିବେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସନ୍ତା କାଲି ଠାରୁ ପାଞ୍ଚ ଦିନିଆ ବିଦେଶ ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଅକ୍ଟୋବର ୨୯ ତରିଖରୁ ୩୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୋମରେ ରହିବେ । ଏହି ସମୟରେ ଇଟାଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ସେ ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ରୋମ ଯାଉଥିବାର ସୂଚନା ମିଳିଛି । ସେପଟେ ନଭେମ୍ବର ୧ ତାରିଖରେ ବ୍ରିଟେନ ଗ୍ଲାଦ୍ପୋରେ ହେବାକୁ ଥିବା କୋପ-୨୬ ବୈଠକରେ ପ୍ରଧାନମନ୍ତ୍ରୀ ଭାରତର ପକ୍ଷ ଉପସ୍ଥାପନ କରିବେ । ଅନ୍ୟପଟେ ମହାମାରୀ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଶିଖର ବୈଠକ ଭର୍ଚୁଆଲ ହୋଇଥିଲା ।

ଏହାକୁ ସାଉଦି ଆରବ ଆୟୋଜନ କରିଥିଲା । ଏହା ପୂର୍ବରୁ ଜୁନ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବରେ ଜାପାନର ଓସାକାରେ ଆୟୋଜିତ ଜି-୨୦ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହା ଛଡ଼ା ଇଟାଲୀ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ବୈଠକର ବିଷୟବସ୍ତୁ ହେଉଛି ଲୋକ, ପୃଥିବୀ ଏବଂ ସମୃଦ୍ଧତା । ତେବେ ଏହା ଜାତିସଂଘ ସ୍ଥାୟୀ ବିକାଶ ଏଜେଣ୍ଡା ୨୦୩୦ ଥିମ ଉପରେ ଆଧାରିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ