Masthead

ହିମାଚଳକୁ ନେଇ ମୋଦିଙ୍କ ହାଇ ଲେବଲ ମିଟିଂ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହିମାଚଳ ପ୍ରଦେଶରେ ପ୍ରକୃତିର କରାଳ ତାଣ୍ଡବକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାଇ ଲେବଲ ମିଟିଂ । ରାଜ୍ୟରେ ପ୍ରବଳ ବର୍ଷା, ବନ୍ୟା, ଏବଂ ଭୂସ୍ଖଳନକୁ ନେଇ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ସାମିଲ ଥିଲେ । ତେବେ ସ୍ଥିତି ଅନୁଧ୍ୟାନ କରିବା ପାଇଁ କାଲି ହିମାଚଳ ପ୍ରଦେଶ ଗସ୍ତରେ ଯିବେ ନଡ୍ଡା । ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ସ୍ଥିତି ବେହାଲ ହୋଇପଡିଛି । ଶହ ଶହ ଲୋକଙ୍କ ଘର ନଷ୍ଟ ହୋଇପଡିଛି । ମୃତୁ୍ୟ ସଂଖ୍ୟା ୮୦ ପାର କରିସାରିଛି ।

ଏଥିରେ ସରକାରୀ ସମ୍ପତି ମଧ୍ୟ ନଷ୍ଟ ହେବା ଦେଖାଦେଇଛି । ଯାହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏହି ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଯେଉଁଥିରେ ରାଜ୍ୟରେ ବିପର୍ଯ୍ୟୟ ପରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲେଚନା କରାଯାଇଛି । ପ୍ରାୟ ଏକ ଘଂଟା ଧରି ଚାଲିଥିବା ଏହି ବୈଠକରେ ରିଲିଫ ବ୍ୟବସ୍ଥାକୁ କିପରି ତ୍ୱରାନିତ କରାଯିବ, ସେ ନେଇ ସମୀକ୍ଷା କରାଯାଇଥିଲା । ତେବେ ଆସନ୍ତା କାଲି ନିଜ ରାଜ୍ୟ ହିମାଚଳ ପ୍ରଦେଶ ଗସ୍ତ କରିବେ ଜେ ପି ନଡ୍ଡା ।
ଏହି ଗସ୍ତ ସମୟରେ ପ୍ରାକୃତିକ ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ମଧ୍ୟ ନଡ୍ଡା ଭେଟିବେ। ସେ ଶିମଲାରେ ପ୍ରବଳ ବର୍ଷା ହେତୁ ନଷ୍ଟ ହୋଇଥିବା ଏକ ପ୍ରାଚୀନ ଶିବ ମନ୍ଦିର ପରିଦର୍ଶନ କରିବେ। ଶିମଲା ଏବଂ ବିଲାସପୁରରେ ସ୍ଥାନୀୟ ପ୍ରଶାସନ ସହିତ ଏକ ବୈଠକ କରିବେ ଏବଂ ରିଲିଫ, ଉଦ୍ଧାର ଏବଂ ପୁନର୍ବାସ କାର୍ୟ୍ୟ ଉପରେ ଆଲୋଚନା କରିବେ।
ନଡ୍ଡା ରବିବାର ସକାଳ ୯ ଟାରେ ପାୱଂଟା ସାହିବ (ସିର୍ମୋର) ରେ ପହଞ୍ଚିବେ ଜ୍ଝ ଏହା ପରେ ସେ ସକାଳ ୯: ୩୫ ରେ ସିରମୌରୀ ତାଲ ଓ କଚ୍ଚୀ ଢାଂଗ ଗାଁରେ ପହଂଚିବେ । ଯେଉଁଠାରେ ସେ ଅଞ୍ଚଳରେ କ୍ଲାଉଡବର୍ଷ୍ଟରୁ ଉତ୍ପନ୍ନ ପରିସ୍ଥିତିର ଅନୁଧ୍ୟାନ କରିବେ ଏବଂ ଏଥିରେ ମୃତ୍ୟୁବରଣ କରିଥିବା ୫ ଜଣ ସଦସ୍ୟଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିବେ। ଏହା ପରେ ବିଜେପି ସଭାପତି ଶିମଲାରେ ପ୍ରବଳ ବର୍ଷା ଦ୍ୱାରା ନଷ୍ଟ ହୋଇଥିବା ପ୍ରାଚୀନ ଶିବ ମନ୍ଦିର ସ୍ଥାନ ଉପରେ ନଜର ରଖିବେ। ଏହି ଦୁର୍ଘଟଣାରେ ଏପର୍ୟ୍ୟନ୍ତ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଏଠାରେ ରିଲିଫ ଓ ଉଦ୍ଧାର କାର୍ୟ୍ୟ ଜାରି ରହିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି