Masthead

ଯୋଗୀଙ୍କ ରାଜ୍ୟରେ ମୋଦିଙ୍କ ଧାରଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱହିନ୍ଦୁ ମହାସଂଘ ଏବଂ ଅଲ୍ଇଣ୍ଡିଆ ଫେୟାର ବ୍ୟବସାୟୀ ଆସୋସିଏସନର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିବା ପରେ ହଠାତ ରାଗି ଯାଇଥିଲେ । ଉତ୍ତରପ୍ରଦେଶ ସରକାର ଓ ପୋଲିସ ଉପରେ ବର୍ଷିଥିଲେ । କିଛି ସମୟ ପରେ ବିମାନ ବନ୍ଦରରେ ଆରମ୍ଭ କରିଦେଇଥିଲେ ଆମରଣ ଅନଶନ ।

କିଏ ସେ ପ୍ରହ୍ଲାଦ ମୋଦି ? କାହିଁକି ସେ କଲେ ଆମରଣ ଅନଶନ ? ଆସନ୍ତୁ ଜାଣିବା ଏ ସମ୍ପର୍କରେ ।

ବିଶ୍ୱହିନ୍ଦୁ ମହାସଂଘ ଏବଂ ଅଲ୍ଇଣ୍ଡିଆ ଫେୟାର ପୁରସ୍କାର ବ୍ୟବସାୟୀ ଆସୋସିଏସନର ଉପାଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି । ଏହି ସଙ୍ଗଠନ ଏକ ନକଲି ସଙ୍ଗଠନ । ଏହାର କାର୍ଯ୍ୟକ୍ରମ ବନ୍ଦ କରିବାକୁ ପୂର୍ବରୁ ଆୟୋଜକମାନଙ୍କୁ ପୋଲିସ ପରାମର୍ଶ ଦେଇଥିଲା । କିନ୍ତୁ ଆୟୋଜକମାନେ ପୋଲିସର ପରାମର୍ଶ ଶୁଣିନଥିଲେ । ବାଧ୍ୟ ହୋଇ ପୋଲିସ ଆୟୋଜକମାନଙ୍କୁ ଅଟକ ରଖିଥିଲା । ଲକ୍ଷେ୍ନøରେ ପହଞ୍ଚିଲା ପରେ ପ୍ରହ୍ଲାଦ ମୋଦି ଏ ବିଷୟରେ ଜାଣି ଖପ୍ପା ହୋଇଥିଲେ । ଅଟକଥିବା ଆୟୋଜକମାନଙ୍କୁ ତୁରନ୍ତ ଖଲାସ କରିବା ପାଇଁ ସେ ଅଡ଼ି ବସିଲଥିଲେ ।

ପ୍ରହ୍ଲାଦ ମୋଦିଙ୍କ କଠୋର ଆଭିମୁଖ୍ୟ ସ୍ଥାନୀୟ ପ୍ରଶାସନକୁ ଅଡୁଆରେ ପକାଇଥିଲା । କିଛି ସମୟପରେ ସେଠରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପ୍ରହ୍ଲାଦଙ୍କୁ ବୁଝାସୁଝା କରିଥିଲା । ତଥାପି ସେ ବୁଝିନଥିଲେ, ଧାରଣାରେ ଦେଇଥିଲେ । ବାଧ୍ୟ ହୋଇ ପୋଲିସ ଅଟକ ଆୟୋଜକମାନଙ୍କୁ ଛାଡି ଦେଇଥିଲା । ସମର୍ଥକଙ୍କ ସହ ପ୍ରହ୍ଲାଦ ଏକ ହୋଟେଲ୍କୁ ଚାଲିଯାଇଥିଲେ ।

ପ୍ରହ୍ଲାଦ ଗଣମାଧ୍ୟମକୁ କହିଛନ୍ତି ତାଙ୍କ ସଙ୍ଗଠନର କର୍ମକର୍ତ୍ତା ଓ ଆୟୋଜକମାନେ ଥାନାରେ ଅଟକ ରହିବା ଠିକ୍ ହୋଇନାହିଁ । ସେମାନେ ଥାନାରେ ରହିବେ ଆଉ ମୁଁ ବାହାରେ ରହିବା ଶୋଭନୀୟ ନୁହେଁ । ଆୟୋଜକମାନଙ୍କୁ ଅଟକ ରଖିବା ପାଇଁ ପିଏମ୍ଓ ଠାରୁ ନିର୍ଦ୍ଦେଶ ଅଛି ବୋଲି ପୋଲିସ ଅଧିକାରୀମାନେ କହିବାରୁ ପ୍ରହ୍ଲାଦ ଆଦେଶର ଏକ ନକଲ ମାଗିଥିଲେ । ନକଲ ନ ମିଳିବାରୁ ବିମାନ ବନ୍ଦରରେ ସେ ଆମରଣ ଅନଶନ ଆରମ୍ଭ କରିଥିଲେ ।

ପ୍ରହ୍ଲାଦ କହିଛନ୍ତି ପୋଲିସ ଲିଖିତ ଆଦେଶ ନଦେଖାଇବା ପର୍ଯ୍ୟନ୍ତ ସେ ଅନଶନରେ ବସିଥିଲେ । ଏପରିକି ଆବଶ୍ୟକ ପଡିଲେ ସେ ସୁପ୍ରିମକୋର୍ଟ ଯିବେ ବୋଲି ପୋଲିସକୁ କହିଥିଲେ । ବରିଷ୍ଠ ପୋଲିସ ଅଧକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୋଦିଙ୍କୁ ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି