Masthead

ଯୋଗୀଙ୍କ ରାଜ୍ୟରେ ମୋଦିଙ୍କ ଧାରଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱହିନ୍ଦୁ ମହାସଂଘ ଏବଂ ଅଲ୍ଇଣ୍ଡିଆ ଫେୟାର ବ୍ୟବସାୟୀ ଆସୋସିଏସନର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିବା ପରେ ହଠାତ ରାଗି ଯାଇଥିଲେ । ଉତ୍ତରପ୍ରଦେଶ ସରକାର ଓ ପୋଲିସ ଉପରେ ବର୍ଷିଥିଲେ । କିଛି ସମୟ ପରେ ବିମାନ ବନ୍ଦରରେ ଆରମ୍ଭ କରିଦେଇଥିଲେ ଆମରଣ ଅନଶନ ।

କିଏ ସେ ପ୍ରହ୍ଲାଦ ମୋଦି ? କାହିଁକି ସେ କଲେ ଆମରଣ ଅନଶନ ? ଆସନ୍ତୁ ଜାଣିବା ଏ ସମ୍ପର୍କରେ ।

ବିଶ୍ୱହିନ୍ଦୁ ମହାସଂଘ ଏବଂ ଅଲ୍ଇଣ୍ଡିଆ ଫେୟାର ପୁରସ୍କାର ବ୍ୟବସାୟୀ ଆସୋସିଏସନର ଉପାଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି । ଏହି ସଙ୍ଗଠନ ଏକ ନକଲି ସଙ୍ଗଠନ । ଏହାର କାର୍ଯ୍ୟକ୍ରମ ବନ୍ଦ କରିବାକୁ ପୂର୍ବରୁ ଆୟୋଜକମାନଙ୍କୁ ପୋଲିସ ପରାମର୍ଶ ଦେଇଥିଲା । କିନ୍ତୁ ଆୟୋଜକମାନେ ପୋଲିସର ପରାମର୍ଶ ଶୁଣିନଥିଲେ । ବାଧ୍ୟ ହୋଇ ପୋଲିସ ଆୟୋଜକମାନଙ୍କୁ ଅଟକ ରଖିଥିଲା । ଲକ୍ଷେ୍ନøରେ ପହଞ୍ଚିଲା ପରେ ପ୍ରହ୍ଲାଦ ମୋଦି ଏ ବିଷୟରେ ଜାଣି ଖପ୍ପା ହୋଇଥିଲେ । ଅଟକଥିବା ଆୟୋଜକମାନଙ୍କୁ ତୁରନ୍ତ ଖଲାସ କରିବା ପାଇଁ ସେ ଅଡ଼ି ବସିଲଥିଲେ ।

ପ୍ରହ୍ଲାଦ ମୋଦିଙ୍କ କଠୋର ଆଭିମୁଖ୍ୟ ସ୍ଥାନୀୟ ପ୍ରଶାସନକୁ ଅଡୁଆରେ ପକାଇଥିଲା । କିଛି ସମୟପରେ ସେଠରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ପ୍ରହ୍ଲାଦଙ୍କୁ ବୁଝାସୁଝା କରିଥିଲା । ତଥାପି ସେ ବୁଝିନଥିଲେ, ଧାରଣାରେ ଦେଇଥିଲେ । ବାଧ୍ୟ ହୋଇ ପୋଲିସ ଅଟକ ଆୟୋଜକମାନଙ୍କୁ ଛାଡି ଦେଇଥିଲା । ସମର୍ଥକଙ୍କ ସହ ପ୍ରହ୍ଲାଦ ଏକ ହୋଟେଲ୍କୁ ଚାଲିଯାଇଥିଲେ ।

ପ୍ରହ୍ଲାଦ ଗଣମାଧ୍ୟମକୁ କହିଛନ୍ତି ତାଙ୍କ ସଙ୍ଗଠନର କର୍ମକର୍ତ୍ତା ଓ ଆୟୋଜକମାନେ ଥାନାରେ ଅଟକ ରହିବା ଠିକ୍ ହୋଇନାହିଁ । ସେମାନେ ଥାନାରେ ରହିବେ ଆଉ ମୁଁ ବାହାରେ ରହିବା ଶୋଭନୀୟ ନୁହେଁ । ଆୟୋଜକମାନଙ୍କୁ ଅଟକ ରଖିବା ପାଇଁ ପିଏମ୍ଓ ଠାରୁ ନିର୍ଦ୍ଦେଶ ଅଛି ବୋଲି ପୋଲିସ ଅଧିକାରୀମାନେ କହିବାରୁ ପ୍ରହ୍ଲାଦ ଆଦେଶର ଏକ ନକଲ ମାଗିଥିଲେ । ନକଲ ନ ମିଳିବାରୁ ବିମାନ ବନ୍ଦରରେ ସେ ଆମରଣ ଅନଶନ ଆରମ୍ଭ କରିଥିଲେ ।

ପ୍ରହ୍ଲାଦ କହିଛନ୍ତି ପୋଲିସ ଲିଖିତ ଆଦେଶ ନଦେଖାଇବା ପର୍ଯ୍ୟନ୍ତ ସେ ଅନଶନରେ ବସିଥିଲେ । ଏପରିକି ଆବଶ୍ୟକ ପଡିଲେ ସେ ସୁପ୍ରିମକୋର୍ଟ ଯିବେ ବୋଲି ପୋଲିସକୁ କହିଥିଲେ । ବରିଷ୍ଠ ପୋଲିସ ଅଧକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୋଦିଙ୍କୁ ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ବିଷ ପିଇ ସଫା ହୋଇଗଲା ପୂରା ପରିବାର 🔴 ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩ ୩ ଆତଙ୍କୀ ସଫା 🔴 ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ 🔴 ABDOଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ବିଏସ୍‌ଏଫ୍‌ ଯବାନ୍‌ଙ୍କୁ ଛାଡ଼ିଲା ପାକିସ୍ତାନ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ?